ନୂଆଦିଲ୍ଲୀ: ପ୍ରସିଦ୍ଧ ହଲିଉଡ ଅଭିନେତା ତଥା ଓସ୍କାର ବିଜେତା କ୍ରିଷ୍ଟୋଫର ପ୍ଲମରଙ୍କ ପରଲୋକ। ୯୧ ବର୍ଷ ବୟସରେ କନେକ୍ଟିକଟ୍ ସ୍ଥିତ ତାଙ୍କ ବାସ ଭବନରେ ତାଙ୍କର ଦେହାନ୍ତ ହୋଇଛି। ଏନେଇ ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। କ୍ରିଷ୍ଟୋଫର ହଲିଉଡ୍ ଜଗତରେ ପ୍ରାୟ ୭ ଦଶକ ପର୍ଯ୍ୟନ୍ତ ନିଜ ନିଖୁଣ ଅଭିନୟ ଜାଦୁରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ ।
କ୍ରିଷ୍ଟୋଫର ୧୯୫୮ରେ ଷ୍ଟେଜ୍ ଷ୍ଟ୍ରକ୍ ନାମକ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହି ବରିଷ୍ଠ ଅବିନେତା ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିଲେ । ସେଥିରେ ଦ ରିଟର୍ଣ୍ଣ ଅଫ୍ ପିଙ୍କ୍ ପାନ୍ଥର, ଏ ବିୟ୍ୟୁଟିଫୁଲ ମାଇଣ୍ଡ, ମର୍ଡର ବାୟ ଡିକ୍ରି, ନାଇଫ୍ ଆଉଟ୍ ଫିଲ୍ମ ସାମିଲ ରହିଛି । କ୍ରିଷ୍ଟୋଫର ପ୍ଲମର ଯେଉଁ ଫିଲ୍ମରେ ନିଖୁଣ ଅଭିନୟ କରିଥିଲେ ସେଥିମଧ୍ୟରୁ ଦ ସାଉଣ୍ଡ ଅଫ୍ ମ୍ୟୁଜିକ୍ ଅନ୍ୟତମ । କ୍ରିଷ୍ଟୋଫର ପ୍ଲମର ‘ଦ ଲାଷ୍ଟ ଷ୍ଟେସନ’ରେ ଲିୟୋ ଟୋଲଷ୍ଟୟଙ୍କ ଭୂମିକା ପାଇଁ ୨୦୧୦ରେ ଓସ୍କାର ମନୋନୀତ ହୋଇଥିଲେ । ସେହି ସମୟରେ କ୍ରିଷ୍ଟୋଫ ୱାର୍ଲ୍ଡ ଓସ୍କାର ଜିତିଥିଲେ ।
ଏହାର ଦୁଇ ବର୍ଷ ପରେ ଅଭିନେତା ଫିଲ୍ମ ‘ବିଗିନର’ରେ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓକ୍ସାର ପୁରସ୍କାର ମିଳିଥିଲା। ଓସ୍କାର ବ୍ୟତୀତ ସେ ବାଫଟା ଏବଂ SAG ପୁରସ୍କାର, ଗୋଲଡେନ୍ ଗ୍ଲୋବ ପୁରସ୍କାର, ଦୁଇଟି ଟୋନି ଏବଂ ଦୁଇଟି ଏମି ପୁରସ୍କାର ମଧ୍ୟ ଜିତିଛନ୍ତି ।
The post ଓସ୍କାର ବିଜେତା କ୍ରିଷ୍ଟୋଫରଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3tyU1oY
No comments:
Post a Comment