ଚେନ୍ନାଇରେ ରୁଟ୍‌ଙ୍କ ରେକର୍ଡ ପରେ ରେକର୍ଡ: ଶତକୀୟ ଟେଷ୍ଟରେ ମାରିଲେ ଦ୍ୱିଶତକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ଚେନ୍ନାଇରେ ରୁଟ୍‌ଙ୍କ ରେକର୍ଡ ପରେ ରେକର୍ଡ: ଶତକୀୟ ଟେଷ୍ଟରେ ମାରିଲେ ଦ୍ୱିଶତକ

ଚେନ୍ନାଇ: ଭାରତ ବିପକ୍ଷ ସିରିଜ୍‌ର ପ୍ରଥମ ଏବଂ ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛନ୍ତି ଇଂଲଣ୍ଡର ଅଧିନାୟକ ଜୋ ରୁଟ୍। ଗତକାଲି ନିଜ ୧୦୦ତମ ଟେଷ୍ଟରେ ଶତକ ହାସଲ କରିଥିବା ବେଳେ ଆଜି ହାସଲ କରିଛନ୍ତି ଦ୍ୱିଶତକ। ଏହା ମଧ୍ୟରେ ରହିଛି ୧୯ଟି ଚୌକା ଓ ୨ଟି ଛକା। ଏହା ସହିତ ସେ ଇଞ୍ଜମାମ ଉଲ୍ ହକ୍‌ଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ଇଞ୍ଜିଙ୍କ ନାଁରେ ଥିଲା। ସେ ତାଙ୍କ କ୍ୟାରିୟରର ଶତକୀୟ ଟେଷ୍ଟରେ ୧୮୪ ରନ୍ କରିଥିଲେ। ଅନ୍ୟ ପକ୍ଷରେ ଟେଷ୍ଟରେ ଜୋ ରୁଟ୍‌ଙ୍କର ଏହା ହେଉଛି ୫ମ ଦ୍ୱିଶତକ।

ଏହି ରେକର୍ଡ ପୂର୍ବରୁ ରୁଟ୍ ଆଜି ଆଉ ଏକ ରେକର୍ଡ ସ୍ଥାପନ କରିଛନ୍ତି। ଦ୍ୱିତୀୟ ଅଧିନାୟକ ଭାବେ ସେ ତିନୋଟି ଟେଷ୍ଟ୍ ମ୍ୟାଚ୍‌ରେ ଲଗାତାର ଭାବେ ୧୫୦ ବା ତା’ଠାରୁ ଅଧିକ ରନ୍ କରିବାର ରେକର୍ଡ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମହାନ କ୍ରିକେଟର ସାର୍ ଡନ୍ ବ୍ରାଡ୍‌ମ୍ୟାନଙ୍କ ନାଁରେ ରହିଥିଲା। ଏବେ ଜୋ ରୁଟ୍ ତାଙ୍କ ସମକକ୍ଷ ହୋଇଛନ୍ତି।

ସେହିପରି ସପ୍ତମ ଖେଳାଳି ଭାବେ ସେ ଟେଷ୍ଟ୍ ମ୍ୟାଚ୍‌ରେ ଲଗାତାର ତିନି ଥର ୧୫୦ରୁ ଅଧିକ ରନ୍ କରିଛନ୍ତି। ତାଙ୍କ ପୂର୍ବରୁ ଟମ୍ ଲାଥମ, କୁମାର ସାଙ୍ଗାକାରା (ଲଗାତାର ୪ଟି ଶତକ), ମୁଦାସର ନଜର, ଜାହିର ଆବାସ, ଡନ୍ ବ୍ରାଡ୍‌ମ୍ୟାନ୍ ଓ ୱାଲି ହାମ୍ମୋଣ୍ଡଙ୍କ ଲଗାତାର ତିନୋଟି ଟେଷ୍ଟରେ ୧୫୦ରୁ ଅଧିକ ରନ୍ ସଂଗ୍ରହ କରିଥିଲେ।

ଆହୁରି ମଧ୍ୟ ୱାଲି ହାମ୍ମୋଣ୍ଡଙ୍କ ପରେ ଜୋ ରୁଟ୍‌ ହେଉଛି ଦ୍ୱିତୀୟ ଖେଳାଳି ଯିଏ ବିଦେଶରେ ଲଗାତାର ତିନୋଟି ଟେଷ୍ଟ ମ୍ୟାଚ୍‌ରେ ୧୫୦ରୁ ଅଧିକ ରନ୍ କରିଛନ୍ତି।

ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ରୁଟ ୨୦୦ରୁ ଅଧିକ ରନ୍ କରିବା ପୂର୍ବରୁ ଶ୍ରୀଲଙ୍କା ବିରୋଧରେ ଖେଳିଥିବା ଦୁଇଟି ଟେଷ୍ଟରେ ଯଥାକ୍ରମେ ୨୨୮ ଓ ୧୮୬ ରନ୍ କରିଥିଲେ।

ଖବର ଲେଖାଯିବା ସୁଦ୍ଧା ଚା’ ବିରତି ହୋଇଥିଲା। ଆଉ ରୁଟ୍ ୨୦୯ ରନ୍ କରି ଅପରାଜିତ ରହିଛନ୍ତି। ୩୫୩ଟି ବଲ୍‌ରୁ ୧୯ ଚୌକା ଓ ୨ଟି ଛକା ସହାୟତାରେ ସେ ଏହି ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଓଲି ପୋପ୍‌। ସେ ୨୪ ରନ୍ କରିଛନ୍ତି। ଇଂଲଣ୍ଡ ୪ଟି ୱିକେଟ୍ ହରାଇ ୪୫୪ ରନ୍ କରିଛି।

ଗତକାଲି ରୁଟ୍ ୧୨୮ ରନ୍ କରି ଅପରାଜିତ ରହିଥିଲେ। ଆଉ ଆଜି ଦ୍ୱିଶତକ ଅଭିମୁଖେ ଆଗେଇ ଚାଲିଛନ୍ତି। ଡୋମିନିକ୍ ସିବଲେ ଗତକାଲି ୮୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଜି ବେନ୍ ଷ୍ଟୋକ୍ସ ୮୨ ରନ୍ କରି ଆଉଟ୍ ହୋଇଥିଲେ। ସେ ୧୧୮ଟି ବଲ୍‌ରେ ୮୨ ରନ୍ ସଂଗ୍ରହ କରିଥିଲେ। ତା’ ଭିତରେ ୧୦ଟି ଚୌକା ଓ ୩ଟି ଛକା ରହିଛି।

The post ଚେନ୍ନାଇରେ ରୁଟ୍‌ଙ୍କ ରେକର୍ଡ ପରେ ରେକର୍ଡ: ଶତକୀୟ ଟେଷ୍ଟରେ ମାରିଲେ ଦ୍ୱିଶତକ appeared first on Odisha Reporter.



from Odisha Reporter https://ift.tt/3jlTaTX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages