ବିବାଦରେ ସନ୍ନି ଲିଓନ, ପଚରାଉଚରା କଲା କ୍ରାଇମବ୍ରାଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ବିବାଦରେ ସନ୍ନି ଲିଓନ, ପଚରାଉଚରା କଲା କ୍ରାଇମବ୍ରାଞ୍ଚ

ମୁମ୍ବାଇ: ବଢ଼ିଲା ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କ ଅଡୁଆ। ଠକେଇ କେସରେ ଫସିଲେ ବଲିଉଡର ଏହି ଅଭିନେତ୍ରୀ। ତାଙ୍କ ନାଁରେ ଆସିଛି ୨୯ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ। ଏହି ମାମଲରେ ସନ୍ନିଙ୍କୁ କେରଳର କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି।

ପେରୁମ୍ବରର ଜଣେ ଇଭେଣ୍ଟ କୋଅର୍ଡିନେଟର ଆର୍.ଶିଆସ ସନ୍ନି ଲିଓନଙ୍କ ବିରୋଧରେ ଏହି ଠକେଇ ଅଭିଯୋଗ ଆଣିଛନ୍ତି। ୨୦୧୬ରୁ ସନ୍ନି ୧୨ଟି ଇଭେଣ୍ଟ ପାଇଁ ତାଙ୍କଠାରୁ ୨୯ ଲକ୍ଷ ଟଙ୍କା ନେଇଛନ୍ତି କିନ୍ତୁ ଗୋଟେ ବି ଇଭେଣ୍ଟ କରି ନଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସବୁ ଦସ୍ତାବିଜ ଏବଂ କାଗଜ ପତ୍ରକୁ ମଧ୍ୟ ତଦନ୍ତକାରୀ ସଂସ୍ଥାକୁ ସେ ଦେଇଛନ୍ତି। କେବଳ ସେତିକି ନୁହେଁ ଟଙ୍କା ଲେଣଦେଣ ସମ୍ବନ୍ଧୀୟ ସମସ୍ତ ଡକ୍ୟୁମେଣ୍ଟକୁ ମଧ୍ୟ ପ୍ରମାଣ ସ୍ୱରୂପ ସେ କ୍ରାଇମବ୍ରାଞ୍ଚକୁ ଦେଇଥିବା ସୂଚନା ମିଳିଛି।

ସେପଟେ ସନ୍ନି କିନ୍ତୁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କେବଳ ୫ଟି ଇଭେଣ୍ଟ ପାଇଁ ତାଙ୍କ ଚୁକ୍ତି ହୋଇଥିଲା। ଏଥିପାଇଁ ସେ ଟଙ୍କା ନେଇଥିବା ମଧ୍ୟ କହିଛନ୍ତି। ଲଗାତାର ମ୍ୟାନେଜମେଣ୍ଟ ଇଭେଣ୍ଟ ସମୟକୁ ବଦଳୁଥିବା ଯୋଗୁଁ ସେ ଇଭେଣ୍ଟ ଆଟେଣ୍ଡ କରିପାରିନଥିବା କହି ସଫେଇ ଦେଇଛନ୍ତି ସନ୍ନି। ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି।

ସୂଚନା ଯୋଗ୍ୟ ଯେ, ଗତ ମାସରେ ସନ୍ନି ନିଜ ପରିବାର ସହ ଛୁଟି ମନାଇବା ପାଇଁ କେରଳ ଯାଇଛନ୍ତି। ଏହି ସମୟରେ ସେ ଏକ ଘରୋଇ ଚ୍ୟାନେଲ ସହ ଶୁଟିଂ ମଧ୍ୟ କରିଥାନ୍ତେ। ଏହି କାରଣ ଯୋଗୁଁ ସେ ଏକ ରିଜର୍ଟ ଅଛନ୍ତି। ସନ୍ନିଙ୍କ ସହ ତାଙ୍କ ସ୍ୱାମୀ ଡେନିଏଲ ଏବଂ ତାଙ୍କ ତିନି ପୁଅ ଝିଅ ମଧ୍ୟ କେରଳରେ ଅଛନ୍ତି।

The post ବିବାଦରେ ସନ୍ନି ଲିଓନ, ପଚରାଉଚରା କଲା କ୍ରାଇମବ୍ରାଞ୍ଚ appeared first on Odisha Reporter.



from Odisha Reporter https://ift.tt/39W3HCc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages