ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ। ଦିଲ୍ଲୀର ଓଖଲା ଅଞ୍ଚଳର ସଞ୍ଜୟ ନଗରରେ ଥିବା ଏକ କପଡା ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ନିଆଁ ଏବେ ବସ୍ତି ଅଞ୍ଚଳକୁ ବ୍ୟାପି ଯାଇଛି। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୨୫ରୁ ୩୦ଟି ଦମକଳ ଗାଡି ନିୟୋଜିତ ଅଛନ୍ତି।
ସୂଚନାମୁତାବକ, ଶନିବାର ବିଳମ୍ବିତ ରାତିରେ ହିରକେଶ ନଗର ମେଟ୍ରୋ ଷ୍ଟେସନ ଓଖଲା ଫେଜ-୩ ନିକଟରେ ଥିବା କପଡା ଗୋଦାମରେ ନିଆଁ ଲାଗିଥିଲା। ଖବର ପାଇ ପ୍ରଥେମ ୭ଟି ଓ ପରେ ୨୬ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଏହା ଏତେ ଭୟଙ୍କର ଥିଲା ଯେ, ନିଆଁ ବସ୍ତି ଅଞ୍ଚଳକୁ ମଧ୍ୟ ବ୍ୟାପି ଯାଇଥିଲା। ଦେଖୁ ଦେଖୁ ୨୦ରୁ ୨୨ଟି ବସ୍ତି ଘର ଜଳି ପୋଡି ପାଉଁଶ ହୋଇଯାଇଛି। କେବଳ ସେତିକି ନୁହେଁ ନିକଟରେ ଥିବା ଏକ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।
ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। କେଉଁ କାରଣ ଯୋଗୁଁ ନିଆଁ ଲାଗିଲା ଏବଂ କେତେ କ’ଣ କ୍ଷୟକ୍ଷତି ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ।
The post ଭୟଙ୍କର ଅଗ୍ନିକାଣ୍ଡ, କପଡା ଗୋଦାମରୁ ବସ୍ତିକୁ ବ୍ୟାପିଲା ନିଆଁ appeared first on Odisha Reporter.
from Odisha Reporter https://ift.tt/3cKr6Z7
No comments:
Post a Comment