ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ; ହେଲେ ଓହରିଗଲେ ଓଡ଼ିଶା ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ; ହେଲେ ଓହରିଗଲେ ଓଡ଼ିଶା ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରୁ ଓହରିଲେ ଜଣେ ଓଡ଼ିଶା ପ୍ରାର୍ଥୀ । ଗଜପତିର ଗଙ୍ଗାବାଡ଼ ଅଞ୍ଚଳରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ଲକ୍ଷ୍ମୀ ଶବର ନିଜ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଲକ୍ଷ୍ମୀ ଶବର ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ୱାର୍ଡ ମେମ୍ବର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ ଆଗରୁ ସେ ନିର୍ବାଚନରୁ ଓହରି ଯାଇଛନ୍ତି।

ଓଡ଼ିଶା ଭିତରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଥିବା ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇଉଠିଥିଲା।  ରାୟଗଡ଼ ବ୍ଲକ ଗଂଗାବାଡ଼ ପଞ୍ଚାୟତର ଲକ୍ଷ୍ମୀ ଶବର ନିର୍ବାଚନରେ ଭାଗ ନେଉଥିବା ଖବର ଜିଲ୍ଲା ପ୍ରଶାସନ ପାଇବା ପରେ ସରକାରୀ ଅଧିକାରୀ ଗାଁକୁ ଯାଇଥିଲେ । ଏହାପରେ ଲକ୍ଷ୍ମୀଙ୍କୁ ବୁଝାଇବା ପରେ ସେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବା ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅପରପକ୍ଷେ, ଓଡ଼ିଶା ସୀମାନ୍ତରେ ଆନ୍ଧ୍ରର ଅନୁପ୍ରବେଶ ସହ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଓଡ଼ିଶା ସରକାର ଏହି ପ୍ରସଙ୍ଗରେ ସଚେତନ ଅଛନ୍ତି ।  କୋଟିଆରେ ରାଜ୍ୟ ସରକାରଙ୍କ ସ୍କୁଲ, ଅଙ୍ଗନୱାଡ଼ି ସେଣ୍ଟର, ଡାକ୍ତରଖାନା ସହ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ବି ଅଛି । କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଏଠାରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଯାହା ପଦକ୍ଷେପ ନିଆଯିବା କଥା ନିଆଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି।

ସୂଚନାଯୋଗ୍ୟ, କୋଟିଆବାସୀ ଆନ୍ଧ୍ର ଆଡ଼କୁ ଢଳିବାର ଅନ୍ୟତମ କାରଣ ହେଉଛି ଏଠାକାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ରାଜନୈତିକ ଇଛାଶକ୍ତିର ଅଭାବ । ପ୍ରାଚୁର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦକୁ ଓଡ଼ିଶା ସରକାର ନା ବିନିଯୋଗ କରୁଛନ୍ତି ନା ସାମାଜିକ ବିକାଶ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି । କେବଳ ନିର୍ବାଚନ ଆସିଲେ ମନେପଡେ ଏହି ବଣପାହାଡ଼ ଘେରା ମଣିଷଙ୍କ କଥା।

ଖାଲି ଯେ କୋଟିଆ ତାନୁହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣିଜ ସମ୍ପଦ ଭରପୂର ଥିଲେ ବି ସଠିକ୍ ବିନିଯୋଗ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ଖଣି ଉପନିର୍ଦ୍ଦେଶକ କହିଛନ୍ତି, ସେଭଳି କିଛି ଖଣିଜ ସମ୍ପଦ ଯଦି ଥାଏ, ତେବେ ଅନୁଧ୍ୟାନ କରି ପଦପେକ୍ଷ ନିଆଯିବ ।

The post ଆନ୍ଧ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ; ହେଲେ ଓହରିଗଲେ ଓଡ଼ିଶା ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/3rAIaoj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages