ବନ୍ଧୁ ସାଙ୍ଗେ ଭୋଜି ଖାଇବାକୁ ଯାଇ ଆଉ ଫେରିଲେନି ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ବନ୍ଧୁ ସାଙ୍ଗେ ଭୋଜି ଖାଇବାକୁ ଯାଇ ଆଉ ଫେରିଲେନି ଯୁବକ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭୋଜି ଖାଇବାକୁ ଘରୁ ଡାକି ନେଲେ ବନ୍ଧୁ। ୨ ଦିନ ପରେ ମିଳିଲା ମୃତଦେହ। ଗଞ୍ଜାମ ଜଗନ୍ନାଥପ୍ରସାଦ ଯୁଧିଷ୍ଠିର ବିଦ୍ୟାପୀଠର ଏକ ପରିତ୍ୟକ୍ତ କୂଅରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ମୃତକଜଣକ ହେଲେ ଜଗନ୍ନାଥପ୍ରସାଦ ଜଳିସାହିର ଶଙ୍କର ମହାନ୍ତି । ଶଙ୍କରଙ୍କୁ ହତ୍ୟା କରିଥିବା  ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ସୂଚନା ମୁତାବକ, ଦୁଇ ଦିନ ତଳେ ଶଙ୍କରକୁ ତାଙ୍କ ବନ୍ଧୁ ଭୋଜି ଖାଇବାକୁ ଘରୁ ଡାକି ନେଇଥିଲେ । ଏହାପରେ ଶଙ୍କର ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଏକ କୂଅରେ ଚପଲ ଭାସୁଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଜଗନ୍ନାଥପ୍ରସାଦ ପୁଲିସ୍‌ ଓ  ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତର ଟେର ପାଇପାରିନି।

The post ବନ୍ଧୁ ସାଙ୍ଗେ ଭୋଜି ଖାଇବାକୁ ଯାଇ ଆଉ ଫେରିଲେନି ଯୁବକ appeared first on Odisha Reporter.



from Odisha Reporter https://ift.tt/2O8dTyQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages