ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ଠକି ବନ୍ଧା ହେଲେ ୩। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଝିଅକୁ ଅନ୍ଲାଇନରେ ଠକିବା ଅଭିଯୋଗରେ ପୁଲିସ ସୋମବାର ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ହରିଆଣାର ନୁହ ଅଞ୍ଚଳ ବାସିନ୍ଦା ସାଜିଦ(୨୬), ମଥୁରା ଅଞ୍ଚଳର କପିଲ(୧୮) ଓ ମନବିନ୍ଦର ସିଂହ(୨୫)। ଟେକ୍ନିକାଲ ସର୍ଭେଲାନ୍ସ ଜରିଆରେ ସେମାନଙ୍କୁ ଭରତପୁର-ମଥୁରା ସୀମାରୁ ଗିରଫ କରାଯାଇଛି। ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ୱାରିସ ଏବେବି ଫେରାର ଥିବା ଜଣାପଡିଛି।
ଗିରଫ ୩ ଅଭିଯୁକ୍ତ ୱାରିସ ପାଇଁ କମିଶନ ଆଧାରରେ କାମ କରୁଥିଲେ। ମାନବିନ୍ଦର ନକଲି ଦସ୍ତାବିଜ ଦେଇ ଭଭୟ କପିଲ ଓ ସାଜିଦଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଜମାଖାତା ଖୋଲିଥିଲେ। ଠକେଇରୁ ଯାହା ସବୁ ଅର୍ଥ ମିଳୁଥିଲା ତାକୁ ୱାରିସଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଉଥିଲା।
ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଅନଲାଇନ ପ୍ଲାଟଫର୍ମ ଓଏଲଏକ୍ସରେ ସୋଫା ବିକ୍ରି କରିବାକୁ କେଜ୍ରିୱାଲଙ୍କ ଝିଅ ହରଶିତା ବିଜ୍ଞାପନ ଦେଇଥିଲେ। ଏହାପରେ ଜଣେ ବ୍ୟକ୍ତି ସୋଫା କିଣିବାକୁ ଡିଲ୍ କରିଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ସେ ହରଶିତାଙ୍କ ଆକାଉଣ୍ଟକୁ ବାର୍ କୋଡ୍ ସ୍କାନ କରି ପ୍ରଥମେ ଅଳ୍ପ ପରିମାଣର ଟଙ୍କା ପଠାଇଥିଲେ।
ଏହାପରେ ସେ ହରଶିତାଙ୍କୁ ଆଉ ଗୋଟିଏ ବାର୍ କୋଡ୍ ସ୍କାନ ପଠାଇଥିଲେ। ଏହି ବାର୍ କୋଡକୁ ସ୍କାନ କଲେ, ଟଙ୍କା ଆକାଉଣ୍ଟକୁ ଚାଲିଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବାର୍ କୋଡ ସ୍କାନ କରିବା କ୍ଷଣି ବ୍ୟକ୍ତି ଜଣଙ୍କ ଦୁଇଟି ଇନଷ୍ଟଲମେଣ୍ଟରେ ତାଙ୍କ ଠାରୁ ୩୪ ହଜାର ଟଙ୍କା ଲୁଟି ନେଇଥିଲେ । ପ୍ରଥମଥର ୨୦ ହଜାର ଓ ଦ୍ୱିତୀୟ ଥର ୧୪ ହଜାର ଟଙ୍କା ଲୁଟ କରିଥିଲେ ଅନଲାଇନ୍ ଠକ।
The post ମୁଖ୍ୟମନ୍ତ୍ରୀଙ୍କ ଝିଅକୁ ଠକିଥିଲେ, ବନ୍ଧା ହେଲେ appeared first on Odisha Reporter.
from Odisha Reporter https://ift.tt/2ZkaL5p
No comments:
Post a Comment