ଜୋତା ଚୋରି କଲେ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

ଜୋତା ଚୋରି କଲେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ପଦ୍ମାବତ ଫେମ ଅଦିତି ରାଓ ହେଦରୀ ଶେଷରେ ଚୋରି କଲେ ଜୋତା। ତାଙ୍କର ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜୋତା ଚୋରି କରିଥିବା ନେଇ ଧରାପଡିଛନ୍ତି। ତାଙ୍କର ଏହି ଫଟୋ ଏବେ ସୋଶାଲ ମିଡିଆରା ଖୁବ ଭାଇରାଲ ହେଉଛି।

ସୋମବାର ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା ବୈଭବ ରେଖିଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି।  ତାଙ୍କର ଏହି ବିବାହ ଉତ୍ସବରେ ବି-ଟାଉର କିଛି କଳାକାର ସାମିଲ ହୋଇଥିଲେ। ଏହି ଅତିଥିଙ୍କ ମଧ୍ୟରେ ମୁଖ୍ୟ ଅତିଥି ଥିଲେ ଅଭିନେତ୍ରୀ ଅଦିତି ରାଓ ହେଦରୀ। ସେ ଦିଆଙ୍କ ବିବାହରେ ତାଙ୍କ ଭଉଣୀ ସାଜି ବୈଭବ ତଥା ଭିଣେଇଙ୍କ ଜୋତା ଚୋରି କରିବା ପରମ୍ପରାକୁ ସମ୍ପନ୍ନ କରିଥିଲେ।

ଏଥିସହ ହାତର ବୈଭବଙ୍କ ଜୋତା ଧରି ପୋଜ ଦେଉଥିବା ଏକ ଫଟୋକୁ ମଧ୍ୟ ସେ ନିଜ ଇନଷ୍ଟାଗ୍ରାମରେ ସେଆର କରିଥିଲେ। ଏହି ଫୋଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରା ଲାଗିଛି। ଫଟୋରେ ଅଦିତି ଗୋଲାପି ରଙ୍ଗ ସାଢ଼ୀ ପିନ୍ଧିଥିବା ବେଳେ ହାତରେ ଜୋତା ଧରିଥିବା ଦେଖିବାକୁ ମିଳିଛି।

 

View this post on Instagram

 

A post shared by Filmfare (@filmfare)

ସୂଚନାଯୋଗ୍ୟ ଯେ, ସୋମବାର ବୈଦିକ ରିତିନୀତିରେ ଦିଆଙ୍କ ଦ୍ୱିତୀୟ ବିବାହ ସିମ୍ପନ୍ନ ହୋଇଛି। ସେ ବୟଫ୍ରେଣ୍ଡ ତଥା ବ୍ୟବସାୟୀ ବୈଭବ ରେଖିଙ୍କ ହାତ ଧରିଛନ୍ତି। ବିବାହ ଉତ୍ସବରେ କେବଳ ଉଭୟଙ୍କର କିଛି ହାତ ଗଣତି ବନ୍ଧୁ ଉପସ୍ଥିତ ରହିଥିଲେ। ବାହାଘର ପରେ ଦିଆ ଓ ବୈଭବ ମିଡିଆ ଆଗକୁ ଆସି ‍ଫଟୋ ପୋଜ ଦେଇଥିଲେ। ଏଥିସହ ରିପୋର୍ଟରମାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ।

ବୈଭବଙ୍କୁ ଦ୍ୱିତୀୟ ବିବାହ କଲେ ଦିଆ

ବାହାଘର ପାଇଁ ଦିଆ ନାଲି ରଙ୍ଗର ବନାରସୀ ଶାଢ଼ି ପିନ୍ଧି ବେଶ ଆକର୍ଷଣୀୟ ଲାଗୁଥିଲେ। ଏହାପୂର୍ବରୁ ଦିଆଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଅନୁଷ୍ଠିତ ବାହାଘରର କିଛି ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ଦିଆଙ୍କ ସହ ପଗଡ଼ି ପିନ୍ଧି ବୈଭବ ବେଦୀରେ ବସି ରହିଥିଲେ।

ତେବେ ଦିଆଙ୍କ ଏହା ପ୍ରଥମ ବିବାହ ନୁହେଁ। ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହେବା ନେଇ ସୋଶାଲ ମିଡିଆ ଜରିଆରେ ଘୋଷଣା କରିଥିଲେ।

The post ଜୋତା ଚୋରି କଲେ ଅଭିନେତ୍ରୀ appeared first on Odisha Reporter.



from Odisha Reporter https://ift.tt/3jSddcC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages