ପୁଣି ହାତକୁ ଦି ହାତ ହେବେ ଦିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

ପୁଣି ହାତକୁ ଦି ହାତ ହେବେ ଦିଆ

ମୁମ୍ବାଇ: ଖୁବଶୀଘ୍ର ଦିଆଙ୍କ ବାଜିବ ସାହାନାଇ। ପୁଣି ହାତକୁ ଦି ହାତ ହେବେ ବଲିଉଡ ସୁନ୍ଦରୀ ଦିଆ ମିର୍ଜା। ସେ ବିଜନେସ ମ୍ୟାନ୍‌ ବୈଭବ ରେଖିଙ୍କୁ ବିବାହ କରିବେ। ସ୍ପଟବୟ-ଇ ମୁତାବକ ଆସନ୍ତା ଫେବ୍ରୁଆରୀ ୧୫ ତାରିଖରେ ସାତ ଫେରା ନେବେ ବଲିଉଡର ଏହି ଜଣାଶୁଣା ଅଭିନେତ୍ରୀ। ମିଡିଆ ରିପୋର୍ଟ ମୁତାବକ, ବେଶ୍‌ ପ୍ରାଇଭେଟ ରୂପେ ଦିଆଙ୍କ ଏହି ବିବାହ ହେବ । ଏଥିରେ କେବଳ ତାଙ୍କର ନିକଟ ସମ୍ପର୍କୀୟମାନେ ହିଁ ଯୋଗ ଦେବେ।

ବୈଭବଙ୍କୁ ବିବାହ କରିବେ ଦିଆ

ସୂଚନାଯୋଗ୍ୟ ଯେ, କରୋନା ଭାଇରସ ଲକଡାଉନ ବେଳେ ବୈଭବ ଏବଂ ଦିଆଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଦୁହେଁ ଦୀର୍ଘ ଦିନ ହେବ ଏକାଠି ସମୟ ବିତାଉଥିବା ମଧ୍ୟ ଶୁଣିବାକୁ ମିଳୁଛି।

ତେବେ ଦିଆଙ୍କ ଏହା ପ୍ରଥମ ବିବାହ ନୁହେଁ। ଦିଆ ପୂର୍ବରୁ ସାହିଲ ସଙ୍ଘାଙ୍କ ସହ ବିବାହ କରିଥିଲେ। ୧୧ ବର୍ଷ ଏକାଠି ରହିବା ପରେ ୨୦୧୯ରେ ଦୁହେଁ ପରସ୍ପରଠାରୁ ଅଲଗା ହେବା ନେଇ ସୋଶାଲ ମିଡିଆ ଜରିଆରେ ଘୋଷଣା କରିଥିଲେ।

ସେହିପରି ବୈଭବ ମଧ୍ୟ ଜଣାଶୁଣା ଇନଷ୍ଟ୍ରକ୍ଟର ସୁନୈନା ରେଖିଙ୍କ ପୂର୍ବତନ ସ୍ୱାମୀ । ସୁନେନା ଏବଂ ବୈଭବଙ୍କ ଏକ ଝିଅ ମଧ୍ୟ ଅଛି। ଦୁହିଁଙ୍କ ବହୁ ଦିନ ପୂର୍ବରୁ ଛାଡପତ୍ର ହୋଇସାରିଛି।  ବୈଭବ ମୁମ୍ବାଇରେ ବିଜନେସମ୍ୟାନ ଏବଂ ଇନ୍‌ଭେଷ୍ଟର ରୂପେ କାମ କରନ୍ତି।

The post ପୁଣି ହାତକୁ ଦି ହାତ ହେବେ ଦିଆ appeared first on Odisha Reporter.



from Odisha Reporter https://ift.tt/3d8cAKM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages