ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 12, 2021

ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଗିରଫ

ଶ୍ରୀନଗର: ବର୍ଷକ ପରେ ଧରାପଡିଲା ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ। ଜମ୍ମୁ-କାଶ୍ମୀର ପୁଳିସ କୁଲଗାମ ଜିଲ୍ଲାରେ ଗତବର୍ଷ ହୋଇଥିବା ୩ ବିଜେପି କର୍ମୀଙ୍କୁ ହତ୍ୟା କରିବା ମାମଲାରେ ଆଜି ଜଣେ ଆତଙ୍କବାଦୀକୁ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାଁ ଟିଆରଏଫର ଜହୁର ଅହମ୍ମଦ ଓରଫ ଖାଲିଦ। ଶୁକ୍ରବାର ସାମ୍ବା ଜିଲ୍ଲାରୁ ଖାଲିଦକୁ ଗିରଫ କରାଯାଇଛି । କେବଳ ବିଜେପି କର୍ମୀ ନୁହେଁ ଜଣେ ପୁଲିସ କର୍ମୀଙ୍କୁ ମଧ୍ୟ ଖାଲିଦ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

୩ ବିଜେପି କାର୍ଯ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା।

କାଶ୍ମୀର ଜୋନ୍‌ର ପୁଲିସ ଆଇଜି ବିଜୟ କୁମାର କହିଛନ୍ତି ଯେ, ଖାଲିଦ ସାମ୍ବା ଅଞ୍ଚଳରେ ଥିବା ସୂଚନା ପାଇ ଚଢ଼ାଉ କରାଯାଇଥିଲା। ପରେ ୧୨ ତାରିଖ ବିଳମ୍ବିତ ରାତିରେ ସାମ୍ବାରୁ ଖାଲିଦକୁ ଗିରଫ କରିବାରେ ପୁଲିସ ସଫଳ ହୋଇଥିବା ନେଇ ଆଇଜି ସୂଚନା ଦେଇଛନ୍ତି ।

ବିଜୟ କୁମାର ଆହୁରି କହିଛନ୍ତି ଯେ, ଖାଲିଦ କୁଲଗାମରେ ୩ ବିଜେପି ନେତାଙ୍କ ସମେତ ଦକ୍ଷିଣ କାଶ୍ମୀରର ଫୁରାରେ ଜଣେ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲା । ଗତବର୍ଷ ଅକ୍ଟୋବର ୨୯ରେ କୁଲଗାମର ବାଇକ ପୋରା ଅଞ୍ଚଳରେ ୩ ବିଜେପି କାର୍ଯ୍ୟକର୍ତ୍ତା ଫିଦା ହୁସେନ, ଉମେର ରଶିଦ ଓ ଉମର ରମଜାନଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ଟିଆର୍‌ଏଫର ହାତ ଥିଲା। ସୂଚନାଯୋଗ୍ୟ, ଟିଆରଏଫ ହେଉଛି ଲଶ୍କର-ଏ-ତୋଏବାର ଏକ ସଙ୍ଗଠନ ।

The post ତିନି ବିଜେପି କର୍ମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ଗିରଫ appeared first on Odisha Reporter.



from Odisha Reporter https://ift.tt/378aIha

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages