ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି ଭାରତ

ଚେନ୍ନାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଐତିହାସିକ ସିରିଜ୍ ବିଜୟର ଉଚ୍ଚ ମନୋବଳ ନେଇ ଘରୋଇ ମାଟିରେ ଇଂଲଣ୍ଡକୁ ଭେଟିଥିବା ଟିମ୍ ଇଣ୍ଡିଆ ଚେନ୍ନାଇ ବିପକ୍ଷ ସିରିଜର ପ୍ରଥମ ମ୍ୟାଚରେ ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛିଷ ଶେଖବର ସୁଦ୍ଧା ଭାରତୀୟ ଦଳ ୬ ୱିକେଟ୍ ହରାଇ ୧୬୯ ରନ୍ କରିଛି।

ଅଧିନାୟକ ବିରାଟ କୋହଲି ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବାବେଳେ ରବିଚନ୍ଦ୍ରନ ଅଶ୍ୱିନ୍ ୯ ରନ୍ କରି କ୍ରିଜରେ ଅଛନ୍ତି। ୪୨୦ ରନରେ ଟାର୍ଗେଟକୁ ପିଛା କରି ଗତକାଲି ରୋହିତ୍ ଶର୍ମାଙ୍କୁ ହରାଇଥିବା ଘରୋଇ ଦଳ ଆଜି ସକାଳୁ ପୁଣି ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା।

ଶୁବମାନ ଗିଲ୍ ଓ କ୍ୟାପଟେନ୍ କୋହଲିଙ୍କ ଛାଡ଼ି ଦେଲେ ଅନ୍ୟ ସବୁ ଭାରତୀୟ ଫ୍ରଣ୍ଟଲାଇନ ବ୍ୟାଟସମ୍ୟାନ୍ ନିରାଶ କରିଥିଲେ। ଇଂମଣ୍ଡ ପକ୍ଷରୁ ଆଣ୍ଡରସନ୍ ୩, ଲିଚ୍ ୨ ଓ ବେଶ୍ ଗୋଟିଏ ୱିକେଟ୍ ହାସଲ କରିଛନ୍ତି।

ରୋହିତ ଶର୍ମା ଗତକାଲି ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଆଜି ଶୁବମନ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ମାତ୍ର ୧୫ ରନ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ଖାତା ଖୋଲି ପାରି ନଥିଲେ। ସେହିଭଳି ଋଷଭ ପନ୍ତ ୧୧ ରନ୍ କରି ଆଉଟ୍ ହୋଇଥିଲେ। ପ୍ରଥମ ଇନିଂସରେ ୮୫ ରନ୍ କରି ଅପରାଜିତ ରହିଥିବା ୱାଶିଂଟନ ସୁନ୍ଦର ଦ୍ୱିତୀୟ ଇନିଂସ୍‌ରେ ଖାତା ଖୋଲିବାକୁ ସମର୍ଥ ହୋଇ ନଥିଲେ।

The post ପରାଜୟ ଏଡ଼ାଇବାକୁ ସଂଘର୍ଷ କରୁଛି ଭାରତ appeared first on Odisha Reporter.



from Odisha Reporter https://ift.tt/3a0h0RS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages