ରାସ୍ତା କଡ଼ରେ ଜୁସ୍ ବିକିଲେ ପ୍ରସିଦ୍ଧ କମେଡିଆନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 28, 2021

ରାସ୍ତା କଡ଼ରେ ଜୁସ୍ ବିକିଲେ ପ୍ରସିଦ୍ଧ କମେଡିଆନ୍

ମୁମ୍ବାଇ: ରାସ୍ତା କଡରେ ଜୁସ ବିକ୍ରି କରୁଛନ୍ତି ଟେଲିଭିଜନ ଦୁନିଆର ପ୍ରସିଦ୍ଧ କମେଡ଼ିଆନ। କପିଲ ଶର୍ମା ଶୋ’ରୁ ଲୋକପ୍ରିୟତା ହାସଲ କରିଥିବା ଗୁଥି ଓରଫ ସୁନିଲ ଗ୍ରୋଭରଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। ଏପରିକି ସେ ଏବେ ରାସ୍ତା କଡରେ ଏକ ଠେଲାରେ ଜୁସ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ତେବେ ପ୍ରକୃତରେ ନୁହେଁ, ଲୋକଙ୍କୁ ହସାଇବା ପାଇଁ ସେ ନିଜ ଢ଼ଙ୍ଗରେ ସୋଶାଲ ମିଡିଆରେ ଏଭଳି କିଛି ଭିଡିଓ ସେଆର କରିଛନ୍ତି। ଯାହା ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓକୁ ଦେଖିଲେ ଲାଗୁଛି, ଯେପରି ସୁନିଲ ଜୁସ ତିଆରି କରିବାରେ ପୁରାପୁରି ମାହିର ଅଛନ୍ତି। ସେ ଦୋକାନୀଙ୍କୁ ନିଜ ପାର୍ଶ୍ୱରେ ଠିଆ କରି କମଳା ଜୁସ୍ ତିଆରି କରିବାରେ ଲାଗି ପଡିଛନ୍ତି। କେବଳ ସେତିକି ନୁହେଁ ଦୋକାନୀ ଜଣଙ୍କୁ କିଭଳି ଜୁସ୍ ତିଆରି କରାଯାଏ ତାହା ମଧ୍ୟ ଶିଖାଉଛନ୍ତି। ତାଙ୍କର ଏହି ଭିଡିଓକୁ ଯିଏ ଦେଖିବ ସିଏ ହସି ହସି ଗଡିଯିବ। ଏହି ଭିଡିଓକୁ ସୁନିଲ ନିଜେ ତଙ୍କ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି ଏବଂ କ୍ୟାପସନରେ ଲେଖିଛନ୍ତି, ”ନିଜ ପ୍ରେମିକାଙ୍କୁ ଏଭଳି ଜୁସ ତିଆରି କରି ପିଇବାକୁ ଦିଅନ୍ତୁ।” ସୁନିଲଙ୍କ ଏହି ଫନି ଭିଡିଓକୁ ୩ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।

କିଛି ଦିନ ପୂର୍ବରୁ ସୁନିଲ ରାସ୍ତା କଡରେ ‘ଛୋଲେ କୁଲଚେ’ ବିକ୍ରି କରୁଥିବା ଭିଡିଓ ସେଆର କରିଥିଲେ। ଏହି ଭିଡିଓକୁ ସେଆର କରି ସେ ଭାଲେଣ୍ଟାଇନ ଡେ’ ନିଜ ପ୍ରେମିକା ତଥା ପ୍ରେମିକଙ୍କୁ ଏଭଳି ‘ଛୋଲେ କୁଲଚେ’ ତିଆରି କରି ଖୁଆନ୍ତୁ ବୋଲି କ୍ୟାପସନରେ ଲେଖିଥିଲେ।’ ଏହି ଭିଡିଓଟି ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଇନଷ୍ଟାଗ୍ରାମରେ ୨୯ଲକ୍ଷରୁ ଅଧିକ ଲୋକେ ଦେଖିଥିଲେ।

ସୂଚନାଯୋଗ୍ୟ ଯେ କମେଡିଆନ ସୁନିଲ ଗ୍ରୋଭରଙ୍କୁ ନିକଟରେ ସୈଫ ଅଲ୍ଲି ଖାନଙ୍କ ୱେବସିରିଜ ‘ତାଣ୍ଡବ’ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଗୁରପାଲ ଚୌହନ ଚରିତ୍ରରେ ନଜର ଆସିଥିଲେ। ସେହିପରି ନିକଟରେ କପିଳ ଶର୍ମା ଶୋ’କୁ ପୁଣି ଥରେ ସୁନିଲ ଫେରିବା ନେଇ ଚର୍ଚ୍ଚା ହେଉଥିଲା। ଶୋ’ର ମେକର୍ସ ପୁଣି ଥରେ ସୁନିଲ ଏବଂ କପିଲଙ୍କୁ ଏକାଠି କରିବାକୁ ଚେଷ୍ଟା ଚଳାଇଥିବା ଶୁଣିବାକୁ ମିଳିଥିଲା କିନ୍ତୁ ପରେ ସୁନିଲ ଏହି ଖବରକୁ ଖଣ୍ତନ କରିଥିଲେ।

 

View this post on Instagram

 

A post shared by Sunil Grover (@whosunilgrover)

The post ରାସ୍ତା କଡ଼ରେ ଜୁସ୍ ବିକିଲେ ପ୍ରସିଦ୍ଧ କମେଡିଆନ୍ appeared first on Odisha Reporter.



from Odisha Reporter https://ift.tt/3kAYF1I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages