ପଦ ଛାଡ଼ିଲେ ମହିମା କାଉଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ପଦ ଛାଡ଼ିଲେ ମହିମା କାଉଲ୍

ନୂଆଦିଲ୍ଲୀ: ପଦ ଛାଡ଼ିଲେ ଟୁଇଟର୍ ଇଣ୍ଡିଆର ପବ୍ଲିକ ପଲିସି ମୁଖ୍ୟ ମହିମା କାଉଲ୍ । ଭାରତ ଓ ଦକ୍ଷିଣ ଏସିଆ ପାଇଁ ଟୁଇଟରର ପବ୍ଲିକ ପଲିସି ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି ମହିମା କାଉଲ୍ । ସେ ଜାନୁଆରୀରୁ କଂପାନୀକୁ ଇସ୍ତଫା ପତ୍ର ଦେଇଥିବା ଏବଂ ସୁରୁଖୁରରେ ଭାର ହସ୍ତାନ୍ତର କରିବାକୁ ମାର୍ଚ୍ଚ ପର୍ଯ୍ୟନ୍ତ ନିଜ ପଦରେ ରହିଥିବା ଟୁଇଟର୍ ପକ୍ଷରୁ କୁହାଯାଇଛି ।

ବ୍ୟକ୍ତିଗତ ଜୀବନକୁ ଗୁରୁତ୍ୱ ଦେଇ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ୫ ବର୍ଷ ଧରି ମହିମା ଏହି ପଦରେ ଥିଲେ । ତେବେ କିଛି ଦିନ ତଳେ ଟୁଇଟରକୁ ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ନୋଟିସ୍ ହୋଇଥିବା ବେଳେ, ଏବେ ମହିମାଙ୍କ ଇସ୍ତଫା ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

କିଛି ଦିନ ପୂର୍ବେ, ଏକ ବିବାଦୀୟ ହାସଟ୍ୟାଗ୍‌କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୫୦ଟି ଆକାଉଣ୍ଟ ବ୍ଲକ୍ କରିବାକୁ ଟୁଇଟରକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବାକ୍ ସ୍ୱାଧୀନତା ଦର୍ଶାଇ ନିର୍ଦ୍ଦେଶ ମାନିନଥିଲା ଟୁଇଟର୍  । ଏହାପରେ ଭାରତୀୟ ଆଇନ ଉଲ୍ଲଂଘନ ଅଭିଯୋଗରେ ଟୁଇଟରକୁ କେନ୍ଦ୍ର ପକ୍ଷରୁ ନୋଟିସ୍  ହୋଇଥିଲା।

The post ପଦ ଛାଡ଼ିଲେ ମହିମା କାଉଲ୍ appeared first on Odisha Reporter.



from Odisha Reporter https://ift.tt/3jtG330

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages