ଓଲଟି ପଡ଼ିଲା ବସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 7, 2021

ଓଲଟି ପଡ଼ିଲା ବସ୍‌

ବୌଦ୍ଧ (ଭାର୍ଜନ ପ୍ରଧାନ): ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌। କିନ୍ତୁ ବର୍ତ୍ତିଗଲେ ୫୦ ଯାତ୍ରୀ। ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ନିକଟରେ।

ଆଜି ଭୋର୍‌ ପ୍ରାୟ ୫ଟାରେ ଏହି ଦୁର୍ଘଟଣା ଘଟିଥିଲା। ‘ମୁନ୍‌ ଲାଇଟ୍‌’ ନାମକ ଏକ ଯାତ୍ରୀବାହୀ ବସ୍‌ ଭବାନୀପାଟଣାରୁ ଭୁବନେଶ୍ୱର ଯାଉଥିବା ବେଳେ ଖୁଣ୍ଟବନ୍ଧରେ ଓଲଟି ପଡ଼ିଥିଲା। ବସ୍‌ଟି ଭାରସାମ୍ୟ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଓଲଟି ପଡ଼ିଥିଲା।

ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଛନ୍ତି।

ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟଯାତ୍ରୀ ମାନଙ୍କୁ ଆଉ ଏକ ବସ୍‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିଲା। ତେବେ ଦୁର୍ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି ପୁଲିସ୍।

The post ଓଲଟି ପଡ଼ିଲା ବସ୍‌ appeared first on Odisha Reporter.



from Odisha Reporter https://ift.tt/3aFFK1a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages