ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଲେ ଲେଖାଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଲେ ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରେଳ ଅନୁଦାନ ନେଇ ବିଜେଡିର ଟାର୍ଗେଟକୁ ନିନ୍ଦା କଲା ବିଜେପି।  ବିଜେପିର ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ବିଜେଡିକୁ ପାଲଟା ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଇ ଲେଖାଶ୍ରୀ କହିଛନ୍ତି ଯେ, ଲିଙ୍ଗରାଜ ମନ୍ଦିର ନିକଟ ଐତିହ୍ୟକୁ ଭାଙ୍ଗି କବାଡ଼ଇାକୁ ବିକାଯାଉଛି । ଏଭଳି ଐତିହ୍ୟ, ସଂସ୍କୃତିକୁ ନଷ୍ଟ କରୁଥିବା ଲୋକକୁ କଳାପାହାଡ଼ କୁହାଯାଏ।

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଓଡ଼ିଶାକୁ ଗୁରୁତ୍ୱ ଦେଉଛନ୍ତି।  ପର୍ଯ୍ୟାପ୍ତ ଅର୍ଥ ମଧ୍ୟ ଦେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା ନକରି ଲାଞ୍ଚନା ଦେବା ଅତ୍ୟନ୍ତ ନିନ୍ଦନୀୟ। ସୁନ୍ଦରଗଡ଼ ଓ କେନ୍ଦୁଝରରୁ ଟଙ୍କା ଆଣି ଭୁବନେଶ୍ୱରରେ ଖେଳ କରୁଛନ୍ତି। DMF ପଇସାର ୭ ଭାଗରୁ ମାତ୍ର ୧ ଭାଗ ଖର୍ଚ୍ଚ କରିପାରିଛନ୍ତି।

କେତେ ପଇସା ଆସୁଛି, କେତେ ଖର୍ଚ୍ଚ କରୁଛ ତାର ହିସାବ ରାଜ୍ୟବାସୀଙ୍କୁ ଦିଅ ବୋଲି ଲେଖାଶ୍ରୀ କହିଛନ୍ତି।

The post ରାଜ୍ୟ ସରକାରଙ୍କୁ କଳାପାହାଡ଼ ଆଖ୍ୟା ଦେଲେ ଲେଖାଶ୍ରୀ appeared first on Odisha Reporter.



from Odisha Reporter https://ift.tt/2YPGc7l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages