ଚକା ଜାମ କଲେ ଚାଷୀ, ୧୦ ମେଟ୍ରୋ ଷ୍ଟେସନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 5, 2021

ଚକା ଜାମ କଲେ ଚାଷୀ, ୧୦ ମେଟ୍ରୋ ଷ୍ଟେସନ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ତିନି ଘଣ୍ଟିଆ ଚକା ଜାମ ଆରମ୍ଭ ହୋଇଛି। ମଧ୍ୟାହ୍ଣ ୧୨ଟାରୁ ୩ଟା  ଯାଏ ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି। ଗାଜିପୁର ସୀମରେ ପୁଲିସ ୧୨ ଥାକିଆ ବ୍ୟାରିକେଡ କରିଛି। ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଲ କିଲ୍ଲା, ଜାମା ମସଜିଦ ସମେତ ୧୦ଟି ମେଟ୍ରୋ ଷ୍ଟେସନକୁ ବନ୍ଦ ରଖାଯାଇଛି। ଡ୍ରୋନ ସାହାଯ୍ୟରେ ପୁରା ଦିଲ୍ଲୀ ଏବଂ ବିଭିନ୍ନ ସୀମରେ ନଜର ରଖଯାଇଛି। ଏଥିସହ ୫୦ ହଜାର ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି।

ଲାଲକିଲ୍ଲାରେ ଯେଉଁଭଳି ପରିସ୍ଥିତି ସୃଷ୍ଟି ହେଲା, ତାର ଯେପରି ପୁନରାବୃତ୍ତି ନ ହୁଏ, ତା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି  । ଚକା ଜାମ ସମୟରେ ଆମ୍ବୁଲାନ୍ସ, ସ୍କୁଲ ବସ୍‌ ଆଦିକୁ ଅଟକା ଯିବ ନାହିଁ ବୋଲି ସଂୟୁକ୍ତ କିଷାନ ମୋର୍ଚ୍ଚା ତରଫରୁ କୁହାଯାଇଛି।


ଦିଲ୍ଲୀରେ ଚାଷୀଙ୍କ ଶାନ୍ତିପୂର୍ଣ୍ଣ ଚକା ଜାମ ଜରି ରହିଥିବା ବେଳେ ବେଙ୍ଗାଲୁରୁରେ ଆନ୍ଦୋଳନ ଉଗ୍ର ହୋଇଛି। ଫଳରେ ଚାଷୀ ଏବଂ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଅନେକ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଛି। ସେପଟେ ପଞ୍ଜାବ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଚକା ଜାମ କରିଛନ୍ତି। ଶତାଧିକ ଚାଷୀ ରୋଡ ଉପରେ ବସି ରହିଥିବା ଦେଖିବାକୁ ମିଳିଛି। ରାଜସ୍ଥାନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି।

ଚାଷୀଙ୍କ ଚକା ଜାମକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ସମର୍ଥନ କରିଛନ୍ତି। ସେ ଟୁଇଟ କରି ଅନ୍ନଦାତାଙ୍କ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଦେଶ ହିତ ପାଇଁ, କେନ୍ଦ୍ରର ତିନି କୃଷି ଆଇନ କୃଷକ-ଶ୍ରମିକ ନୁହେଁ ଦେଶ ପାଇଁ ମଧ୍ୟ ଘାତକ ବୋଲି ସେ କହିଛନ୍ତି।


କେନ୍ଦ୍ରର ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ପ୍ରାୟ ୪ ମାସ ହେଲା ଜାରି ରହିଛି । କେନ୍ଦ୍ର ସରକାରଙ୍କ ସହିତ ଅନେକ ଥର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ଫଳ ବାହାରି ନାହିଁ । ବରଂ ଉଭୟ ପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ଅଛନ୍ତି । କେନ୍ଦ୍ର ସରକାର ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଆଇନ ପ୍ରତ୍ୟାହାର ଜିଦ୍‌ରେ ଅଟଳ ରହିଛନ୍ତି ଚାଷୀ । ଦୁଇ ପକ୍ଷ ନିଜ ନିଜ  ଜିଦ୍‌ରେ ଅଟଳ ରହିଥିବାରୁ ସମାଧାନର ରାସ୍ତା ବାହାରି ନାହିଁ । ଦିଲ୍ଲୀ ସୀମା ସିଂଘୁରେ ଏବେ ବି ଧାରଣାରେ ବସିଛନ୍ତି ଚାଷୀ । ଗାଜିପୁରରେ ମଧ୍ୟ ସେମାନେ ଏକଜୁଟ ହୋଇ ରହିଛନ୍ତି । ଚାଷୀଙ୍କ ଆନ୍ଦୋଳନକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

The post ଚକା ଜାମ କଲେ ଚାଷୀ, ୧୦ ମେଟ୍ରୋ ଷ୍ଟେସନ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3oTWK8M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages