ଏଇଟା ଆମ ଜାଗା, ତୁମେ ଶବ ନେଇଯାଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ଏଇଟା ଆମ ଜାଗା, ତୁମେ ଶବ ନେଇଯାଅ

ବାଲିଗୁଡ଼ା(ଅଜିତ୍ ନାୟକ): ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ପାଇଁ ସତ୍କାର ହୋଇପାରୁନି ଶବ। ଗତକାଲିଠୁ ରାସ୍ତାରେ ପଡ଼ିରହିଛି ମୃତଦେହ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ମାଜୁମାହା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ମାଜୁମାହା ଗାଁର ଗଣ୍ଡାଲା ଦିଗାଲଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କ ମରଶରୀରକୁ ସମାଧି ପାଇଁ ଗାଁ ଶ୍ମାସନକୁ ନେବା ବେଳେ ଗାଁର କୁଇ ସମାଜ ଶ୍ମସାନକୁ ନିଜ ଜାଗା ଦର୍ଶାଇ ବିରୋଧ କରିଥିଲେ । ଫଳରେ ପରିବାର ଲୋକ ଏବେ ବି ଶବ ସତ୍କାର ପାଇଁ ଅପେକ୍ଷା କରିଛନ୍ତି ।

ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଘଟଣାସ୍ଥଳରେ ଜି ଉଦୟଗିରି ବିଡିଓ ଓ ରାଇକିଆ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ତେବେ ଦୁଇ ପକ୍ଷ ନିଜ ନିଜ ଯିଦରେ ଅଟଳ ଥିବାରୁ ଏଯାଏଁ ସମାଧାନର ରାସ୍ତା ବାହାରିପାରିନି।

The post ଏଇଟା ଆମ ଜାଗା, ତୁମେ ଶବ ନେଇଯାଅ appeared first on Odisha Reporter.



from Odisha Reporter https://ift.tt/36CIo6s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages