ପୁଅକୁ ମାରି ଘର ଭିତରେ ପୋତି ଦେଇଥିଲେ, ବନ୍ଧା ହେଲେ ମା’, ବଡ଼ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ପୁଅକୁ ମାରି ଘର ଭିତରେ ପୋତି ଦେଇଥିଲେ, ବନ୍ଧା ହେଲେ ମା’, ବଡ଼ଭାଇ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ନିଶାସକ୍ତ ପୁଅ ସବୁବେଳେ ଘରେ କଳହ ସୃଷ୍ଟି କରୁଥିଲା। ଫଳରେ ସବୁବେଳେ ଘରେ ଅଶାନ୍ତି ସୃଷ୍ଟି ହେଉଥିବାରୁ ଅତିଷ୍ଠ ଥିଲେ ମା’ ଓ ବଡ଼ ଭାଇ। ଶେଷରେ ଦିନେ ପୁଅର ନିର୍ଯାତନାରେ ଅତିଷ୍ଠ ହୋଇ ହତ୍ୟା କଲା ଜନ୍ମ କଲା ମା’ । ଏପରିକି କେହି ଯେପରି ନ ଜାଣିବେ, ସେଥିପାଇଁ ଗାତ ଖୋଳି ଘର ଭିତରେ ହିଁ ପୋତି ଦେଲେ ମା’ ଓ ବଡ଼ ଭାଇ। କିନ୍ତୁ ଘଟଣାର ୧୧ ଦିନ ପରେ ବଡ଼ ଭାଇ ସାନ ଭାଇର ପିଣ୍ଡଦାନ କରି ବଡ଼ ଭାଇ ଘରକୁ ଫେରିବା ପରେ କଥା ପ୍ରଘଟ ହୋଇଥିଲା। ଶେଷରେ ମା’ ଓ ବଡ଼ଭାଇକୁ ବାନ୍ଧିଛି ପୁଲିସ୍‌। ବାଲେଶ୍ୱର ସୋର ଥାନା ବାହାନଗାରେ ଘଟିଛି ଏଭଳି ଜଘନ୍ୟ ଅପରାଧ।

ସ୍ଥାନୀୟ ଉଚ୍ଛାପୁରରେ ରହୁଥିବା ସୁକୁରୀ ଜେନା ଓ ତାଙ୍କ ବଡ଼ପୁଅ ଜଗବନ୍ଧୁ ଜେନା ମିଶି ସାନ ପୁଅ ବଳରାମ ଜେନାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ଜଗବନ୍ଧୁ । ଘରୋଇ ଗଣ୍ଡଗୋଳରୁ ଉତ୍ୟକ୍ତ ହୋଇ ମା’ ଶୁକୁରୀ ଏକ ଶାବଳରେ ପିଟିଦେବାରୁ ବଳରାମର ମୃତ୍ୟୁ ହୋଇଥିଲା । ପୁଲିସ୍‌ ଡରରେ ଉଭୟ ମୃତଦେହକୁ ଘର ଭିତରେ ଗାତ ଖୋଳି ପୋତି ଦେଇଥିବା କହିଛନ୍ତି। ତେବେ ଘଟଣାର ୧୧ ଦିନ ପରେ ଜଗବନ୍ଧୁ କୋଲକାତା ଯାଇ ମୃତ ଭାଇର ପିଣ୍ଡଦାନ କରି ଫେରିବାରୁ କଥା ପ୍ରଘଟ ହୋଇଥିଲା।  ‌ ପୁଲିସ୍‌ ଉଭୟ ମା ଓ ପୁଅଙ୍କୁ ଗିରଫ କରିଛି ।

ଏ ନେଇ ମୃତକଙ୍କ ବଡ଼ ଭାଇ ଜଗବନ୍ଧୁ କହିଛନ୍ତି, ସାନ ଭାଇ ମାରପିଟ କରୁଥିଲା। ଶାବଳରେ ଆକ୍ରମଣ କରିବ ବୋଲି ଉଦ୍ୟକ୍ତ ହେବା ବେଳେ ମା’ ତା ହାତକୁ ଶାବଳ ଛଡ଼ାଇ ସେଥିରେ ତାକୁ ପାହାରେ ମାରି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା। ପୁଲିସ୍‌ ଡରରେ ଆମେ ମୃତଦେହକୁ ଘର ଭିତରେ ପୋତି ଦେଇଥିଲୁ।

The post ପୁଅକୁ ମାରି ଘର ଭିତରେ ପୋତି ଦେଇଥିଲେ, ବନ୍ଧା ହେଲେ ମା’, ବଡ଼ଭାଇ appeared first on Odisha Reporter.



from Odisha Reporter https://ift.tt/3ur9Ez1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages