ଆମ ହିନ୍ଦୁ ଧର୍ମରେ ୩୩ କୋଟି ଦେବାଦେବୀ ରହିଥିବା ମାନ୍ୟତା ରହିଛି। ଏହି ୩୩ କୋଟି ଦେବାଦେବୀଙ୍କ ମଧ୍ୟରୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ଅନ୍ୟତମ। ଭଗବାନ ବିଷ୍ଣୁଙ୍କୁ ପାଳନକର୍ତ୍ତା, ମହେଶ୍ୱରଙ୍କୁ ବିନାଶକର୍ତ୍ତା ଏବଂ ବ୍ରହ୍ମାଙ୍କୁ ଜଗତର ସୃଷ୍ଟି କର୍ତ୍ତା ବୋଲି କୁହାଯାଏ। ଆମେ ସମସ୍ତେ ଜାଣୁ ଯେ ଭଗବାନ ବିଷ୍ଣୁ ଏବଂ ଶିବଙ୍କର ଭାରତ ତଥା ବାହାରେ ଅନେକ ମନ୍ଦିର ଅଛି। କିନ୍ତୁ ଆପଣ ଜାଣନ୍ତି କି ଭଗବାନ ବ୍ରହ୍ମାଙ୍କର ପୁରା ଭାରତରେ କେବଳ ଗୋଟିଏ ମନ୍ଦିର ଅଛି। କାରଣ ପତ୍ନୀ ସରସ୍ୱତୀଙ୍କ ଅଭିଶାପ ଯୋଗୁଁ ପୁରା ବ୍ରହ୍ମାଙ୍କର ଗୋଟିଏ ମନ୍ଦିର ଥିବା ପୁରାଣରେ ବର୍ଣ୍ଣିତ ରହିଛି। ତେବେ ବ୍ରହ୍ମାଙ୍କୁ ଦେବୀ ସରସ୍ୱତୀ କାହିଁକି ଅଭିଶାପ ଦେଇଥିଲେ ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା
ପଦ୍ମ ପୁରାଣ ଅନୁସାରେ ଥରେ ବଜ୍ରନାଶ ନାମକ ଏକ ରାକ୍ଷସ ପୃଥିବୀରେ ହଇଚଇ ସୃଷ୍ଟି କରିଥିଲା। ତା’ର ଅତ୍ୟାଚାର ଏତେ ବଢ଼ିଯାଇଥିଲା ଯେ, ଶେଷରେ ଭଗବାନ ବ୍ରହ୍ମାଙ୍କୁ ତାକୁ ହତ୍ୟା କରିବାକୁ ପଡିଲା। ବଜ୍ରନାଶ ରାକ୍ଷସକୁ ହତ୍ୟା କରିବା ସମୟରେ ବ୍ରହ୍ମାଙ୍କ ହାତରୁ ତିନୋଟି ସ୍ଥାନରେ ପଦ୍ମ ଫୁଲ ପଡିଯାଇଥିଲା। ଯେଉଁଠାରେ ତିନୋଟି ଫୁଲ ପଡିଲା ସେଠାରେ ତିନୋଟି ହ୍ରଦ ସୃଷ୍ଟି ହେଲା। ଏହା ପରେ ସେହି ସ୍ଥାନର ନାମ ପୁଷ୍କର ରଖାଯାଇଥିଲା। ସାରା ବିଶ୍ୱର କଲ୍ୟାଣ ପାଇଁ ବ୍ରହ୍ମା ସେଠାରେ ଏକ ଯଜ୍ଞ କରିବାକୁ ନିଷ୍ପତ୍ତି ନେଇଥିଲେ।
ପରେ ବ୍ରହ୍ମା ଯଜ୍ଞ କରିବା ପାଇଁ ପୁଷ୍କରଙ୍କ ନିକଟରେ ପହଞ୍ଚିଥିଲେ। କିନ୍ତୁ ତାଙ୍କ ପତ୍ନୀ ସରସ୍ୱତୀ ଠିକ୍ ସମୟରେ ସେଠାରେ ପହଞ୍ଚି ପାରିନଥିଲେ। ଏହି ଯଜ୍ଞକୁ ସଂପୂର୍ଣ୍ଣ କରିବା ପାଇଁ ସରସ୍ୱତୀଙ୍କ ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରି ପରିସ୍ଥିତିରେ, ଯେତେବେଳେ ବିଦ୍ୟାଦାତ୍ରୀ ମାତା ସରସ୍ୱତୀ ଆସି ନଥିଲେ, ସେତେବେଳେ ବ୍ରହ୍ମା ଗୁର୍ଜର ସମ୍ପ୍ରଦାୟର ଝିଅ ଗାୟତ୍ରୀଙ୍କୁ ବିବାହ କରିଥିଲେ। ଏହା ପରେ ଯଜ୍ଞ ଆରମ୍ଭ ହୋଇଥିଲା। ଠିକ୍ ସେତିକି ବେଳେ ଦେବୀ ସରସ୍ୱତୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଗାୟତ୍ରୀଙ୍କୁ ବ୍ରହ୍ମା ପାଖରେ ବସିଥିବାର ଦେଖି ସେ କ୍ରୋଧିତ ହୋଇଯାଇଥିଲେ। ରାଗି ଯାଇ ସରସ୍ୱତୀ ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ। କହିଥିଲେ ଆପଣ ଦେବତା ରହିବେ, କିନ୍ତୁ ଆପଣଙ୍କ ପୂଜା କେଉଁଠି ବି କରାଯିବ ନାହିଁ। କିନ୍ତୁ ପରେ ଯେତେବେଳେ ସରସ୍ୱତୀଙ୍କ ରାଗ ଶାନ୍ତ ହୋଇଥିଲା ସେତେବେଳେ କେବଳ ପୁଷ୍କରରେ ହିଁ ବ୍ରହ୍ମାଙ୍କ ପୂଜା କରାଯିବ ବୋଲି ଦେବୀ ସରସ୍ୱତୀ କହିଥିଲେ। ଏଥିସହ ଭାରତର ଅନ୍ୟ ଯେଉଁଠି ବି ବ୍ରହ୍ମାଙ୍କ ମନ୍ଦିର ତିଆରି କରାଯିବ ତାହା ଧ୍ୱସଂ ହୋଇଯିବ ବୋଲି ସେ କହିଥିଲେ।
ଏହି କାରଣ ଯୋଗୁଁ ଆଜି ରାଜସ୍ଥାନର ପୁଷ୍କରରେ ସ୍ଥିତ ବ୍ରହ୍ମାଙ୍କ ମନ୍ଦିରକୁ ବିବାହିତ ପୁରୁଷଙ୍କ ପ୍ରବେଶ ବାରଣ କରାଯାଇଛି। ଏଠାରେ କେବଳ ମହିଳାମାନେ ହିଁ ବ୍ରହ୍ମାଙ୍କୁ ପୂଜା କରୁଛନ୍ତି।
The post ବ୍ରହ୍ମାଙ୍କୁ ଅଭିଶାପ ଦେଇଥିଲେ ସରସ୍ୱତୀ appeared first on Odisha Reporter.
from Odisha Reporter https://ift.tt/37fIUaS
No comments:
Post a Comment