ରେଲୱେ ଟ୍ରାକ୍‌ରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ପୁତୁରାଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ରେଲୱେ ଟ୍ରାକ୍‌ରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ପୁତୁରାଙ୍କ ମୃତଦେହ

ଲକ୍ଷ୍ନୌ: ରେଲୱେ ଟ୍ରାକ୍‌ରୁ ମିଳିଲା ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରସାଦ ପ୍ରଜାପତିଙ୍କ ପୁତୁରାଙ୍କ ମୃତଦେହ। ଶୁକ୍ରବାର ସକାଳୁ ତାଙ୍କ ମୃତଦେହକୁ ପୁଲିସ ଜବତ କରିଛି। ମୃତକ ହେଲେ ଜଗଦିଶ ପ୍ରଜାପତିଙ୍କ ପୁଅ ଶୁଭମ ପ୍ରଜାପତି। ତାଙ୍କ ବୟସ ୨୨ ବର୍ଷ। ଜିଆର୍‌ପି ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସେପଟେ ଏହି ଖବର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

ପୁଲିସ ସୂଚନା ମୁତାବକ, ଶୁଭମ ଜଣେ କଲେଜ ଛାତ୍ର ସହ ସେ ଲାଇଟ କାମ କରୁଥିଲେ। ଗୁରୁବାର ରାତିରୁ ହିଁ ସେ ଲାଇଟ କାମରେ ବାହାରକୁ ଯାଇଥିଲେ। ଏହାପରେ ସେ ଆଉ ଘରକୁ ଫେରି ନଥିଲେ। ପରେ ଶୁକ୍ରବାର ସକାଳୁ ଜଣେ ଲୋକ ପାଇଲଟ ଅମେଠି ରେଲୱେ ଷ୍ଟେସନ ନିକଟ ଟ୍ରାକ୍‌ରେ ଏକ ମୃତଦେହ ପଡିଥିବା ଖବର ପୁଲିସକୁ ଦେଇଥିଲେ। ଏହାପରେ ମୃତକ ଜଣକ ପୂର୍ବତନ ମନ୍ତ୍ରୀଙ୍କ ପୁତୁରା ଶୁଭମ ପ୍ରଜାପତି ବୋଲି ଜଣାପଡିଥିଲା।

ଏହି ଘଟଣାରେ ଏସ୍‌ପି ଦିନେଶ ସିଂହ କହିଛନ୍ତି, ଏହି ମାମଲା ରେଲୱେ ସହ ଜଡିତ । ପରିବାର ଲୋକେ ତାଙ୍କ ମୃତ୍ୟୁକୁ ନେଇ କୌଣସି ମାମଲା ରୁଜୁ କରିନଥିବା ବେଳେ ପୁଲିସ ନିଜ ଆଡୁ ଏକ ଆତ୍ମହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

The post ରେଲୱେ ଟ୍ରାକ୍‌ରୁ ମିଳିଲା ପୂର୍ବତନ ମନ୍ତ୍ରୀଙ୍କ ପୁତୁରାଙ୍କ ମୃତଦେହ appeared first on Odisha Reporter.



from Odisha Reporter https://ift.tt/3756SWa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages