ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୃଶଂସ ହୋଇଗଲା ମା’। ଭୁଲିଗଲା ମମତା। ନିଜ ଜନ୍ମ କଲା ଛୁଆକୁ ବି ଛାଡ଼ିଲାନି। ଟ୍ୟୁସନ ଯିବାକୁ ରାଜି ନହେବାରୁ ବିଚ୍ ରାସ୍ତାରେ ପୁଅକୁ ଘୋଷାଡ଼ି ଘୋଷାଡ଼ି ପିଟିଲା। ବିଧା ଉପରେ ବିଧା ଓ ତା’ ପରେ ଗୋଇଠା ମାରି ଚାଲିଲା। ସେତିକିରେ ମନ ନ ବୁଝିବାରୁ ତାକୁ ତଳେ ପକାଇ ନିର୍ଦ୍ଧୁମ ଛେଚିଲା। ପିଲାଟି ଯେତେ କାନ୍ଦୁଥିଲେ ମଧ୍ୟ କିଛି ଶୁଣିଲାନି। ସେମିତି ନିର୍ଦ୍ଦୟ ଭାବେ ପିଟି ଚାଲିଥିଲା ମା’। ହେଲେ ସେହି ବାଟ ଦେଇ ଯାଉଥିବା ଲୋକେ ଏହା ଦେଖି ସହି ପାରିଲେନି। ଶେଷରେ ସେମାନେ ହସ୍ତକ୍ଷେପ କରି ଛୁଆଟିକୁ ଉଦ୍ଧାର କରିଥିଲେ। ଏଭଳି ଏକ ଘଟଣା ଘଟିଛି ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅଞ୍ଚଳରେ। ଆଉ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁଯାୟୀ, ଗତକାଲି ଏହି ଘଟଣା ଘଟିଥିଲା। ମହିଳା ଜଣଙ୍କ ତାଙ୍କ ପୁଅକୁ ଟ୍ୟୁସନ ପାଇଁ ପଠାଇଥିଲେ। କିନ୍ତୁ ଛୁଆଟି ଟ୍ୟୁସନ୍ ଯିବାକୁ ରାଜି ହୋଇ ନଥିଲା। ଏଥିରେ ମହିଳାଙ୍କ ଜଣ ଏତେ ରାଗି ଯାଇଥିଲେ ଯେ ରାସ୍ତା ମଝିରେ ତଳେ ପକାଇ ନିର୍ଦ୍ଦୟ ଭାବେ ମାଡ଼ ମାରିଥିଲେ।
କେହି ଜଣେ ବ୍ୟକ୍ତି ଏ ପୂରା ଦୃଶ୍ୟକୁ ତାଙ୍କ ମୋବାଇଲ୍ ଫୋନ୍ରେ ରେକର୍ଡ କରି ଦେଇଥିଲେ। ଉକ୍ତ ଭିଡିଓକୁ ସେ ଟୁଇଟ୍ କରି ପୁଲିସ୍କୁ ଟ୍ୟାଗ୍ କରି ଦେଇଥିଲେ। ପୁଲିସ ଉକ୍ତ ମହିଳାଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଥିଲା ଓ ତାଙ୍କୁ ଥାନାକୁ ଡାକି ଚାଇଲଡ୍ ଲାଇନ୍ କାଉନସିଲଙ୍କ ଉପସ୍ଥିତିରେ ଏପରି ନ କରିବାକୁ ବୁଝାଇବା ସହ ତାଗିଦ ମଧ୍ୟ କରିଥିଲା। ପରେ ୪୧ ସିଆରପିସିରେ ତାଙ୍କୁ ନୋଟିସ କରି ଛାଡ଼ି ଦେଇଥିଲେ।
The post ଟ୍ୟୁସନ୍ ନଯିବାରୁ ରାସ୍ତା ମଝିରେ ପୁଅକୁ ତଳେ ପକାଇ ଛେଚିଲା ମା’ appeared first on Odisha Reporter.
from Odisha Reporter https://ift.tt/3aRtN9W
No comments:
Post a Comment