ଜାହିର ଖାନ୍‌ଙ୍କୁ ପଛରେ ପକାଇ ରେକର୍ଡ କଲେ ଅଶ୍ୱିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 24, 2021

ଜାହିର ଖାନ୍‌ଙ୍କୁ ପଛରେ ପକାଇ ରେକର୍ଡ କଲେ ଅଶ୍ୱିନ

ଅହମଦାବାଦ: ଟିମ୍‌ ଇଣ୍ଡିଆ ଅଭିଜ୍ଞ ସ୍ପିନଷ୍ଟାର ରବିଚନ୍ଦ୍ରନ ଅଶ୍ୱିନ ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାଁକୁ ସାମିଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଅଶ୍ୱିନ ୩ଟି ୱିକେଟ ଦଖଲ କରିବା ପରେ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ସଫଳତା ପରେ ଅଶ୍ୱିନ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜାହିର ଖାନ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ଜାହିର ଖାନ୍‌ ୫୯୭ଟି ୱିକେଟ ନେଇଥିବା ବେଳେ ଅଶ୍ୱିନ ଏବେ ତାଙ୍କୁ ଅତିକ୍ରମ କରି ୫୯୯ଟି ୱିକେଟ ନେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେହିପରି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୱିକେଟ ଦଖଲ କରିଥିବା ଭାରତୀୟଙ୍କ ମଧ୍ୟରେ ଅଶ୍ୱିନ ୪ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

ବୁଧବାର ଆରମ୍ଭ ହୋଇଥିବା ପିଙ୍କ ବଲ୍‌ ଟେଷ୍ଟରେ ଅଶ୍ୱିନ ନିଜର ଜଲୱା ଦେଖାଇଛନ୍ତି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚ୍‌ର ୨୮ତମ ଓଭର୍‌ରେ ଇଂଲିଶ ବ୍ୟାଟସମ୍ୟାନ୍‌ ଓଲି ପୋପଙ୍କୁ ଆଉଟ କରିବା ପରେ ସେ ଜାହିର ଖାନଙ୍କ ରେକର୍ଡ ଅତିକ୍ରମ କରିଥିଲେ।

ଅଶ୍ୱିନ ଏହାପରେ ଆଉ ୨ଟି ୱିକେଟ ମଧ୍ୟ ଦଖଲ କରିଥିଲେ। ସେ ୩ଟି ଯାକ ଫର୍ମାଟରେ ଏଯାଏ ୫୯୯ଟି ୱିକେଟ ନେଇଛନ୍ତି। ତାଙ୍କ ଉପରେ ଅନୀଲ କୁମ୍ବଲେ(୯୫୩), ହରଭଜନ ସିଂହ(୭୦୭) ଓ କିପଲ ଦେବ(୬୮୭) ରହିଛନ୍ତି।

ଅନ୍ୟପକ୍ଷରେ ୪ର୍ଥ ଭାରତୀୟ ଭାବେ ଅଶ୍ୱିନ ଟେଷ୍ଟ କ୍ରିକେଟରେ ୪୦୦ଟି ୱିକେଟ ନେବାର କୀର୍ତ୍ତିମାନ ଠାରୁ ମାତ୍ର ଅଳ୍ପ ଦୂରରେ ରହିଛନ୍ତି। ବର୍ତ୍ତମାନ ଅଶ୍ୱିନ ୩୯୭ଟି ୱିକେଟ ହାସଲ କରିଛନ୍ତି। ଇଂଲଣ୍ଡର ଦ୍ୱିତୀୟ ଇନିଂସ୍‌ରେ ହିଁ ସେ ଏହି ସଫଳତା ହାସଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

The post ଜାହିର ଖାନ୍‌ଙ୍କୁ ପଛରେ ପକାଇ ରେକର୍ଡ କଲେ ଅଶ୍ୱିନ appeared first on Odisha Reporter.



from Odisha Reporter https://ift.tt/3aSPlmq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages