ଲମତାପୁଟ(ଜଗତଜୀବନ): କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେର ଗଛରେ ପିଟି ହେବାରୁ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।
ଆହତ ବ୍ୟକ୍ତିମାନେ ବିଶାଖାପାଟଣା ଜିଲା ଝାଡପା ଗାଁର ବୋଲି ଜଣାପଡିଛି । ସେମାନେ ଝାରସୁଗୁଡା କୋଲଡ଼ ମାଇନିଂରେ ଇଲେକ୍ଟ୍ରିକାଲ ଭାବରେ କାମ କରୁଥିଲେ । ପଞ୍ଚାୟତ ନିର୍ବାଚନ ଥିବାରୁ ଏକ ବୋଲେରରେ ୯ଜଣ ଘରକୁ ଫେରୁଥିଲେ। ମାତ୍ର କାଡ଼ାମ ଛକ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଗଛରେ ପିଟି ହୋଇ ଯାଇଥିଲା। ଖବର ପାଇ ସଙ୍ଗେ ସଙ୍ଗେ ପୁଲିସ୍ ପହଞ୍ଚି ଗୂରୁତରଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ପଠାଇଥିଲା।
The post ଭୋଟ ଦେବାକୁ ଗାଁକୁ ଯାଉଥିଲେ, ଗଛରେ ପିଟି ହେଲା ବୋଲେରୋ appeared first on Odisha Reporter.
from Odisha Reporter https://ift.tt/3rNGW9I
No comments:
Post a Comment