ପୁଣି ବଢ଼ିଲା ତେଲ ଦର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ଆଜି ପୁଣି ବଢ଼ିଛି ତୈଳ ଦର। ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପରେ ଗ୍ରାହକଙ୍କୁ ଲାଗିଛି ଆଉ ଏକ ଝଟକା।  ଆଜି ସାକଳୁ ପୁଣି ପେଟ୍ରୋଲ ୨୬ ପଇସା ଓ ଡିଜେଲ ଦରରେ ୨୯ ପଇସା ବୃଦ୍ଧି ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୮ଟଙ୍କା୯୯ ପଇସାରେ ପହଁଚିଛି। ସେହିପରି ଡିଜେଲ ଦର ୭୯ଟଙ୍କା ୩୫ ପଇସା ପ୍ରତି ଲିଟର ହୋଇଛି।

ସେହିପରି ମୁମ୍ବାଇରେ ପେଟ୍ରୋଲ ୯୫.୪୬ ଏବଂ ଡିଜେଲ ୮୬.୩୪ ଟଙ୍କା ରହିଛି। ଅନ୍ୟପଟେ କୋଲକାତାରେ ପେଟ୍ରୋଲ ୯୦.୨୫ ଓ ଡିଜେଲ ୮୨.୯୪ଟଙ୍କା ହୋଇଛି, ଚେନ୍ନାଇରେ ପେଟ୍ରୋଲ ୯୧.୧୯ ଓ ଡିଜେଲ ୮୪.୪୪ଟଙ୍କା ରହିଛି।

ଲଗାତର ଆଜି ଅଷ୍ଟମ ଦିନ ପାଇଁ ତୈଳ ଦର ବୃଦ୍ଧି ହୋଇଛି। ଯେଉଁ ଭଳି ଭାବେ ଗ୍ୟାସ୍ ଏବଂ ପେଟ୍ରୋଲ ଡିଜେଲ ଦର ବଢ଼ିବାରେ ଲାଗିଛି, ଏହାକୁ ଦେଖି ସାଧାରଣରେ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି।

The post ପୁଣି ବଢ଼ିଲା ତେଲ ଦର appeared first on Odisha Reporter.



from Odisha Reporter https://ift.tt/3jMXPOZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages