ଭାଷଣ ଦେବା ବେଳେ ଗଳି ପଡ଼ିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ଭାଷଣ ଦେବା ବେଳେ ଗଳି ପଡ଼ିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ମଞ୍ଚ ଉପରେ ହଠାତ ଗଳି ପଡିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ଭାଷଣ ଦେବା ବେଳେ ଚେତାଶୂନ୍ୟ ହୋଇପଡିଲେ ମୁଖ୍ୟମନ୍ତ୍ରୀ। ରବିବାର ଭଦୋଦରାର ନିଜାମପୁର ଅଞ୍ଚଳରେ ନଗରପାଳିକା ନିର୍ବାଚନ ପାଇଁ ପ୍ରଚାର ସମୟରେ ଏଭଳି ଅଘଟଣ ଘଟିଛି। ଭାଷଣ ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଅଚେତ ହୋଇ ତଳେ ପଡିଯାଇଥିଲେ ।

ସୂଚନା ଅନୁସାରେ, ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଭଦୋଦରାର ନିଜାମପୁରରେ ନଗରପାଳିକା ନିର୍ବଚନ ପ୍ରଚାର ପାଇଁ ପହଞ୍ଚିଥିଲେ। ସେଠାରେ ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ହଠାତ୍ ସେ ଚେତା ଶୂନ୍ୟ ହୋଇ ତଳେ ପଡିଯାଥିଲେ। ସେଠାରେ ଉପସ୍ଥିତ ଥିବା ତାଙ୍କ ସୁରକ୍ଷାକର୍ମୀ ଏବଂ କିଛି ନେତାମାନେ ତାଙ୍କୁ କାବୁ କରିଥିଲେ। ପରେ ମଞ୍ଚ ଉପରେ ଡାକ୍ତର ଅସି ତାଙ୍କ ଚିକିତ୍ସା କରିଥିଲେ। ଏହାପରେ ତାଙ୍କ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଲଗାତାର ଭାବେ ଚାପରେ ରହୁଥିବାରୁ ତାଙ୍କର ରକ୍ତଚାପ କମିଯାଇଥିଲା । ସେଥିପାଇଁ ଏଭଳି ସମସ୍ୟା ଦେଖାଦେଇଥିଲା । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଚିକିତ୍ସା ରିପୋର୍ଟ ନର୍ମାଲ ରହିଛି। ଚିକିତ୍ସା ପରେ ରୂପାନୀ ଅହମ୍ମଦାବାଦ ଫେରି ଯାଇଛନ୍ତି।

ସୂଚନାଅନୁସାରେ ବଦୋଦରାରେ ବିର୍ଜ ରୂପାନୀଙ୍କ ଏକ ତୃତୀୟ ନିର୍ବାଚନ ରାଲି ଥିଲା। ସେ ତରସାଲି ଏବଂ କରେଲିବାଗରେ ନିର୍ବାଚନ ପ୍ରଚାର ସଭା କରିବା ପରେ ନିଜାମପୁର ପହଞ୍ଚିଥିଲେ। ବଦୋଦରା ସମେତ ୬ଟି ନଗରନିଗମରେ ଆସନ୍ତା ଫେବ୍ରୁଆରୀ ୨୧ ତାରିଖ ଦିନ ନିର୍ବାଚନ ହେବ । ଏହାପରେ ନଗରପାଳିକା, ଜିଲ୍ଲା ଏବଂ ତାଲୁକା ପଞ୍ଚାୟତ ପାଇଁ ୨୮ ତାରିଖରେ ଭୋଟ ଗ୍ରହଣ ହେବ ।

The post ଭାଷଣ ଦେବା ବେଳେ ଗଳି ପଡ଼ିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/3u1w8qn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages