ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): କରଜ ଟଙ୍କା ଶୁଝି ନ ପାରିବାରୁ ଆଖି ତାଡିନେଲେ ଦାଦା ଶ୍ୱଶୁର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ସଜନାପଡ଼ା ଗାଁରେ l
ସୂଚନା ଅନୁସାରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ସଜାନାପଡ଼ା ଗାଁର ରାଘବ ରାଉତରାୟଙ୍କ ପୁଅ ପ୍ରମୋଦ ରାଉତରାୟ ଷଠିଆପଲ୍ଲୀ ଗ୍ରାମରେ ବିବାହ କରିଥିଲେ । ପ୍ରମୋଦ ଅସୁବିଧା ସମୟରେ ନିଜ ଦାଦା ଶଶୁରଙ୍କଠାରୁ ୨୦ ହଜାର ଟଙ୍କା ଧାର ଆଣିଥିଲେ । ଏହାକୁ ସୁଧ ସହିତ ଫେରାଇବା ପାଇଁ କଥା ଦେଇଥିଲେ ମଧ୍ୟ ସଠିକ ସମୟରେ ଫେରାଇନଥିଲେ। କିଛି ମୂଳ, ସୁଧ ଶୁଝିଥିବା ବେଳେ କିଛି ବାକି ଥିଲା।
ଏଥିରେ ପ୍ରତିଶୋଧ ପରାୟଣ ହୋଇଥିବା ପ୍ରମୋଦଙ୍କ ଦାଦା ଶ୍ୱଶୁର ଓ ତାଙ୍କ ପୁଅ ଯୋଜନା କରିଥିଲେ। ଏହାପରେ ଦାଦା ଶ୍ୱଶୁରଙ୍କ ପୁଅ ପ୍ରମୋଦଙ୍କୁ ଷଠିଆପଲ୍ଲୀ ଗ୍ରାମକୁ ଡାକି ନେଇଥିଲେ। ସେଠାରେ ପ୍ରଥମେ ପ୍ରମୋଦଙ୍କୁ ଚର୍ଚ୍ଚା କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ବାକି ଟଙ୍କାକୁ ନେଇ ବଚସା ହୋଇଥିଲା ।
ଏଥିରେ ଉତ୍ତ୍ୟକ୍ତ ହୋଇ ପ୍ରମୋଦଙ୍କ ଦାଦା ଶ୍ୱଶୁର ଓ ତାଙ୍କ ପୁଅ କିଛି ବ୍ୟକ୍ତିଙ୍କୁ ଲଗାଇ ତାଙ୍କ ଆଖି ତାଡ଼ି ନେଇଥିଲେ। ଏନେଇ ପାଖରେ ଥିବା ତାଙ୍କ ଶ୍ୱଶୁର ଘର ଲୋକ କିଛି ସୁରାଗ ପାଇପାରି ନ ଥିବା ବେଳେ ଚିତ୍କାର ଶୁଣି ବାହାରକୁ ଆସିଥିଲେ। ଏହାପରେ ପ୍ରମୋଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏହି ଘଟଣା ପରଠୁ ପ୍ରମୋଦଙ୍କ ଦାଦା ଶ୍ୱଶୁର ଓ ତାଙ୍କ ପୁଅ ଫେରାର ହୋଇଯାଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କର ଟେର ପାଇପାରି ନାହିଁ।
The post କରଜ ଶୁଝି ପାରିଲେନି ଜ୍ୱାଇଁ, ଆଖି ତାଡ଼ିନେଲେ ଦାଦା ଶ୍ୱଶୁର appeared first on Odisha Reporter.
from Odisha Reporter https://ift.tt/2NllXvG
No comments:
Post a Comment