ବିବିସିର ପ୍ରସାରଣ ବନ୍ଦ କଲା ଚୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ବିବିସିର ପ୍ରସାରଣ ବନ୍ଦ କଲା ଚୀନ

ବେଜିଂ: ବ୍ୟାନ୍‌ ହେଲା ବିବିସି ୱାର୍ଲ୍ଡ ନ୍ୟୁଜ୍ ପ୍ରସାରଣ। ଚୀନର ଜାତୀୟ ବେତାର ଓ ଟେଲିଭିଜନ ଆଡମିନିଷ୍ଟ୍ରେସନ ଗୁରୁବାର ଏହି କଟକଣା ଜାରି କରିଛି। ଗଲା ସପ୍ତାହରେ ବ୍ରିଟେନ ଟେଲିଭିଜନ ନିୟାମକ ଦେଶରେ ଚୀନ୍‌ ସରକାରୀ ଗଣମାଧ୍ୟମର ପ୍ରସାରଣ ଉପରେ କଟକଣା ଜାରି କରିବା ପରେ ସିଏନ୍ଆରଟିଏ ଏହି ଘୋଷଣା କରିଛନ୍ତି।

ଚୀନ୍‌ ନୂଆବର୍ଷ ପୂର୍ବରୁ ସିଜିଟିଏନ ଜାରି କରିଥିବା କଟକଣା ନେଇ ଏକ ବିବୃତ୍ତି ମଧ୍ୟ ଦେଇଛନ୍ତି। ଏଥିରେ ଚୀନ୍‌ରେ ବିବିସି ୱାର୍ଲଡ ନ୍ୟୁଜ୍‌ ପ୍ରସାରଣରେ ଗୁରୁତର ଉଲ୍ଲଂଘନ କରୁଥିବାର ଅଭିଯୋଗ କରିଛନ୍ତି। ଏଣୁ ଦେଶରେ ପ୍ରସାରଣର ନିୟମ ପାଳନ କରୁ ନଥିବାରୁ ବିଦେଶୀ ମିଡିଆକୁ ବ୍ୟାନ୍ କରାଯାଉଥିବା କୁହାଯାଇଛି।

ସେପଟେ ବ୍ରିଟେନର ବୈଦେଶିକ ମନ୍ତ୍ରୀ, ଏହି ଖବରକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଚୀନ ପୂର୍ବରୁ ହିଁ ଇଣ୍ଟରନେଟ ଓ ଗଣମାଧ୍ୟମର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇସାରିଛି। ଅଉ ଏବେ ବିବିସି ପ୍ରସାରଣ ବନ୍ଦ କରିବା ଚୀନକୁ ବିଶ୍ୱ ଦୃଷ୍ଟିରେ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ ବିବିସି କୌଣସି ମନ୍ତବ୍ୟ ଦେଇ ନାହିଁ।

ଗତ ଫେବୃଆରୀ ୪ ତାରିଖରେ ବ୍ରିଟିଶ ମିଡିଆ ନିୟାମକ ଅଫକମ୍‌ ଚୀନ୍‌ ସରକାରୀ ଗଣମାଧ୍ୟମ ଚାଇନା ଗ୍ଲୋବାଲ ଟେଲିଭିଜନ ନେଟୱାର୍କ (ସିଜିଟିଏନ୍)ର ବ୍ରିଟେନରେ ପ୍ରସାରଣ ଅଧିକାର ସମାପ୍ତ କରିଦେଇଥିଲେ। ତଦନ୍ତ ବେଳେ ଏହି ଟେଲିଭିଜନର ଲାଇସେନ୍ସ ଷ୍ଟାର ଚାଇନା ମିଡିଆ ଲିମିଟେଡ ଉପଯୋଗ କରୁଥିବାର ଜଣାପଡିବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା।

The post ବିବିସିର ପ୍ରସାରଣ ବନ୍ଦ କଲା ଚୀନ appeared first on Odisha Reporter.



from Odisha Reporter https://ift.tt/3jJmVOM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages