ଚାଷୀଙ୍କ ପାଇଁ ଅନେକ କିଛି କରିଛନ୍ତି ସରକାର: ପ୍ରଧାନମନ୍ତ୍ରୀ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ଚାଷୀଙ୍କ ପାଇଁ ଅନେକ କିଛି କରିଛନ୍ତି ସରକାର: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରହିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାର ଚାଷୀଙ୍କ ବିକାଶ ପାଇଁ ଅନେକ କିଛି କରିଥିବା କହିଛନ୍ତି। ଚାଷୀଙ୍କ ସ୍ୱାର୍ଥ ସାଧନ ପାଇଁ ଅନେକ ପ୍ରକାରର ପଦକ୍ଷେପ ନିଆଯାଇଛି। ଏହା ମଧ୍ୟରୁ ଗୋଟିଏ ହେଲା, ଆଉ ଏକ ହଜାର ମଣ୍ଡିକୁ ଇ-ନାମ ଇଲେକଟ୍ରୋନିକ ଟ୍ରେଣ୍ଡିଂ ପୋର୍ଟାଲରେ ଯୋଡ଼ା ଯିବ ବୋଲି ସେ କହିଛନ୍ତି।

ଦେଶର ସ୍ୱାଧୀନତା ପାଇଁ ଆରମ୍ଭ ହୋଇଥିବା ଐତିହାସିକ ଚଉରି ଚଉରା ବାର୍ଷିକ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ଦ୍ୱାରା ଉଦଘାଟିତ କରି ମୋଦି କହିଛନ୍ତି, ଚାଷୀଙ୍କ ସ୍ୱାର୍ଥ ସାଧାନ ଓ ସେମାନଙ୍କୁ ଆତ୍ମନିର୍ଭର କରିବାକୁ ଆମ ସରକାର ଅନେକ ପଦକ୍ଷେପ ନେଇଛି। ଚାଷୀମାନେ କେମିତି ଅଧିକ ଲାଭ ପାଇବେ, ସେଥିପାଇଁ ଆଉ ଏକ ହଜାର ମଣ୍ଡିକୁ ଇ-ନାମ ଆପ୍‌ରେ ଯୋଡ଼ାଯିବ। ଦେଶର ଅର୍ଥନୀତିକ ଅଭିବୃଦ୍ଧିରେ ଚାଷୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ବିଗତ ୬ ବର୍ଷ ମଧ୍ୟରେ ଚାଷୀଙ୍କ ପାଇଁ ଅନେକ ବ୍ୟବସ୍ଥା କରାଯାଇଛି। ଏହାର ଫଳ ସ୍ୱରୂପ ମହାମାରୀ ସମୟରେ ମଧ୍ୟ କୃଷି କ୍ଷେତ୍ରର ଅଭିବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।

ଦେଶରେ ଏକତା ଓ ଦେଶପ୍ରତି ସମ୍ମାନ ହିଁ ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ମୋଦି ସମସ୍ତଙ୍କୁ କହିଛନ୍ତି। ସେ କହିଛନ୍ତି, “ଆମ ସମସ୍ତଙ୍କୁ ଦେଶର ଏକତାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଦେଶକୁ ସମ୍ମାନ ହିଁ ଆମର ପ୍ରଥମ କାମ ହେବା ଉଚିତ। ଏହି କଥାକୁ ମନେ ରଖି ସବୁ ଭାରତୀୟ ଏକାଠି ହୋଇ ଆଗକୁ ବଢ଼ିବା ଦରକାର।”

The post ଚାଷୀଙ୍କ ପାଇଁ ଅନେକ କିଛି କରିଛନ୍ତି ସରକାର: ପ୍ରଧାନମନ୍ତ୍ରୀ ମୋଦି appeared first on Odisha Reporter.



from Odisha Reporter https://ift.tt/3cDKozh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages