ପଛକୁ ଘୁଞ୍ଚିଲା ଚୀନ, ୨ ଦିନରେ ହଟାଇଲା ୨୦୦ରୁ ଅଧିକ ଟ୍ୟାଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ପଛକୁ ଘୁଞ୍ଚିଲା ଚୀନ, ୨ ଦିନରେ ହଟାଇଲା ୨୦୦ରୁ ଅଧିକ ଟ୍ୟାଙ୍କ

ନୂଆଦିଲ୍ଲୀ: ପଛକୁ ହଟିଲା ଡ୍ରାଗନ୍ ସେନା। ପୂର୍ବ ଲଦାଖରେ ଗତ ୯ ମାସ ହେବ ଲାଗି ରହିଥିବା ବିବାଦରେ ଧୀରେ ଧୀରେ ଶାନ୍ତ ହେବାରେ ଲାଗିଛି।  ଏଲଏସିରେ କମୁଛି ଉତ୍ତେଜନା।  ଭାରତ ଏବଂ ଚୀନ ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପରେ ଚୀନ ସେନା ପଛକୁ ହଟିଛି। ପାଙ୍ଗୋଙ୍ଗ ନଦୀ କୂଳର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ପଛକୁ ହଟିଛନ୍ତି ଉଭୟ ଦେଶର ଯବାନ। କେବଳ ସେତିକି ନୁହେଁ ସେଠାରେ ମୁତୟନ ହୋଇଥିବା ଟ୍ୟାଙ୍କଗୁଡିକୁ ମଧ୍ୟ ଚୀନ ହଟାଇ ଦେଇଛି। ସୀମାରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଭାରତ ଏବଂ ଚୀନ ଏଭଳି ପଦକ୍ଷେପ ନେଇଛନ୍ତି।

ରିପୋର୍ଟ ଅନୁସାରେ, ୨ ଦିନ ମଧ୍ୟରେ ଚୀନ ସୀମାରୁ ୨୦୦ରୁ ଅଧିକ ଟ୍ୟାଙ୍କକୁ ହଟାଇଛି। ଏଥିସହ ଲଦାଖର ଫିଙ୍ଗର-୮ର ଉତ୍ତର ତଟରୁ ନିଜ ସୈନ୍ୟମାନଙ୍କୁ ମଧ୍ୟ ଫେରାଇ ଦେଇଛି। କ୍ଷିପ୍ର ଗତିରେ ଚୀନ ତା’ର ଯୁଦ୍ଧ ଟ୍ୟାଙ୍କ ଏବଂ ସୈନିକମାନଙ୍କୁ ପଛକୁ ହଟାଉଥିବା ଦେଖି ରାଷ୍ଟ୍ରୀୟ ସୁରକ୍ଷା ଯୋଜନକାରମାନେ ଚକିତ ହୋଇଯାଇଛନ୍ତି।

ମୋଦି ସରକାରଙ୍କ ଜଣେ ବରିଷ୍ଠ ସଦସ୍ୟଙ୍କ କହିବା ମୁତାବକ, ଉଭୟ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ପରେ ବୁଧବାର ଦିନରୁ ହିଁ ଚୀନ ତା’ର ସୈନ୍ୟ ଏବଂ ଟ୍ୟାଙ୍କଗୁଡିକୁ କ୍ଷିପ୍ରଗତିରେ ପଛକୁ ହଟାଇବା ଆରମ୍ଭ କରିଥିଲା। ଭାରତୀୟ ଯବାନମାନେ ମଧ୍ୟ ପଛକୁ ହଟିଛନ୍ତି। ଆସନ୍ତା ଶନିବାର ମଧ୍ୟରେ ଉଭୟ ଦେଶର ଯବାନ ନିୟନ୍ତ୍ରଣ ରେଖା ଠାରୁ ପଛକୁ ହଟିଯିବେ ବୋଲି ସେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ସଂସଦରେ ସୂଚନା ଦେଇଥିଲେ ଯେ, ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣାଞ୍ଚଳରୁ ସେନା ପଛକୁ ହଟିବ ବୋଲି ବୁଝାମଣା ହୋଇଛି । ଭାରତ ଏହି କଥାବାର୍ତାତରେ କିଛି ହରାଇ ନାହିଁ। ସୀମାରେ ୯ ମାସ ଧରି ବିବାଦ ଲାଗି ରହିବା ପରେ ସଫଳତା ମିଳିଛି । ସୀମାରେ ଆଉ କିଛି ଛୋଟ ବିବାଦ ରହିଛି  । ଯାହାକୁ ଆଗାମୀ ଦିନରେ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ ବୋଲି ରାଜନାଥ କହିଥିଲେ ।

ସୂଚନାମୁତାବକ, ପାଙ୍ଗୋଙ୍ଗର ଉଭୟ ପାର୍ଶ୍ୱରୁ ୭ ଦିନ ମଧ୍ୟରେ ସେନା ପ୍ରତ୍ୟାହାର କାର୍ଯ୍ୟକ୍ରମ ଶେଷ ହେବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟ ଡିସଏନଗେଜମେଣ୍ଟ ପରେ ଉଭୟ ଦେଶ ଅଲଗା ଫିକ୍ସନ ପଏଣ୍ଟରେ ଚାଲିଥିବା ବିବାଦର ସମାଧାନ ପାଇଁ ବୈଠକ କରିବେ। ଏହା ମଧ୍ୟରେ ପ୍ୟାଟ୍ରୋଲିଂ ପଏଣ୍ଟ- ୧୭ ଓ ପିପି-୧୫ ରହିଛି। ହଟଲାଇନ ଜରିଆରେ ଉଭୟ ଦେଶର ସେନା ବିବାଦର ସମାଧାନ ପାଇଁ ଆଲୋଚନା କରିଥିଲେ। ସେହିପରି ଫେବୃଆରୀ ୮ ଓ ୯ରେ ଚୁଶୁଲ ସୀମାରେ ଭାରତ ଓ ଚାଇନାର ସଦସ୍ୟମାନେ ବୈଠକ କରି ବିବାଦର ସମାଧାନ କରିବାକୁ ପ୍ରୟାସ କରିଥିଲେ।

ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ରେଜାଙ୍ଗ ଲା ଓ ରେଚେନ ଲାକୁ ଭାରତୀୟ ସେନା ଅଗଷ୍ଟରେ କବଜା କରିଥିଲା। ଏବେ ବୁଝାମଣା ଅନୁଯାୟୀ ଭାରତୀୟ ସେନା ଏହି ସ୍ଥାନରୁ ମଧ୍ୟ ସେନା ପ୍ରତ୍ୟାହାର କରିବେ।

ଭାରତୀୟ ସେନା ଫିଙ୍ଗର ୨ ଓ ୩ ମଧ୍ୟରେ ଥିବା ଧାନ ସିଂହ ଥାପ୍ପା ପୋଷ୍ଟକୁ ଫେରିବେ। ସେହିପରି ଚାଇନା ସେନା ଫିଙ୍ଗର ୮ର ପୂର୍ବ ଦିଗକୁ ଯିବେ। ଚାଇନା ପାଙ୍ଗୋଙ୍ଗ ହ୍ରଦର ନର୍ଥ ବ୍ଲକରେ ଯବାନ ମୁତୟନ କରିବ ଓ ଭାରତ ଫିଙ୍ଗର ୩ ନିକଟରେ ଥିବା ସ୍ଥାୟୀ ବେସ୍‌ରେ ସୈନ୍ୟ ରଖିବ।

The post ପଛକୁ ଘୁଞ୍ଚିଲା ଚୀନ, ୨ ଦିନରେ ହଟାଇଲା ୨୦୦ରୁ ଅଧିକ ଟ୍ୟାଙ୍କ appeared first on Odisha Reporter.



from Odisha Reporter https://ift.tt/3bd6lD5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages