ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ। ତାଙ୍କ ଶୁଟିଂ ସେଟ୍କୁ ହଠାତ ପଶି ଆସିଲେ ଗୁଣ୍ଡା। ବିକ୍ରମ ଭଟ୍ଟଙ୍କ ଅପକମିଂ ୱେବସିରିଜ ‘ଅନାମିକା’ର ସେଟ୍ରେ ଜୋରଦାର ପାଟିତୁଣ୍ଡ ହୋଇଛି। କେବଳ ସେତିକି ନୁହେଁ ଝଗଡା ମଧ୍ୟ ହୋଇଛି। କିଛି ଦୁର୍ବୃତ୍ତ ଶୁଟିଂ ସେଟ୍କୁ ହଠାତ ପଶି ଆସି ଏଭଳି ପରିସ୍ଥିତି ସୃଷ୍ଟି କରିଛନ୍ତି। ସେମାନେ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କୁ ୩୮ ଲକ୍ଷ ଟଙ୍କା ମଧ୍ୟ ମାଗିଛନ୍ତି। ଏହି ଘଟଣା ପରେ ବିକ୍ରମ ସନ୍ନିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଶୁଟିଂ ଲୋକେଶନକୁ ବଦଳାଇ ଦେଇଛନ୍ତି।
ସୂଚନା ମୁତାବକ, ଆକ୍ସନ ଡିରେକ୍ଟର ଅବ୍ବାସ ଅଲ୍ଲି ମୋଘୁଲଙ୍କ ସହ ବିକ୍ରମ ଭଟ୍ଟଙ୍କ ନେଣ-ଦେଣକୁ ନେଇ ଏସବୁ ଘଟଣା ଘଟିଛି। ଏହି ଗୁଣ୍ଡାମାନେ ଫାଇଟର୍ସ ଆସୋସିଏସନର ଥିଲେ। ସେମାନେ ଜୋର ଜବରଦସ୍ତ ଶୁଟିଂ ସେଟ୍ରେ ପ୍ରବେଶ କରି ବିକ୍ରମ ଭଟ୍ଟଙ୍କଠାରୁ ୩୮ ଲକ୍ଷ ଟଙ୍କା ମାଗିଥିଲେ। ଜଣାଶୁଣା ଆକ୍ସନ୍ ଡାଇରେକ୍ଟର ତଥା ଷ୍ଟଣ୍ଟ ସଂଯୋଜକ ଅବ୍ବାସ ଅଲି ମୋଗଲଙ୍କୁ ତାଙ୍କର ପୂର୍ବ କାମ ପାଇଁ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଟଙ୍କା ଦେଇନଥିବା ସେମାନେ ଅଭିଯୋଗ କରିବା ସହ ଏହି ଟଙ୍କା ତାଙ୍କୁ ଦେବା ଉଚିତ୍ ବୋଲି ସେମାନେ କହିଥିଲେ।
ସେପଟେ ଏହି ଅଭିଯୋଗକୁ ନିର୍ଦ୍ଦେଶକ ବିକ୍ରମ ଭଟ୍ଟ ଖଣ୍ଡନ କରିଛନ୍ତି। ପୂର୍ବରୁ ତାଙ୍କ କାମ ପାଇଁ ତାଙ୍କୁ ସବୁ ଫିସ୍ ଦେଇସାରିଥିବା ବିକ୍ରମ କହିଛନ୍ତି। ଆଉ ବାକି ୩୮ ଲକ୍ଷ ଟଙ୍କା ନେଣ-ଦେଣ କାରବାର ନେଇ ଅବ୍ବାସ ଅଲି କୌଣସି ଚୁକ୍ତି କରି ନାହାନ୍ତି କି ତାଙ୍କ ପାଖରେ କୌଣସି ଇନ୍-ଭଏସ ନାହିଁ ବୋଲି ବିକ୍ରମ କହିଛନ୍ତି।
ସୂଚନା ମୁତାବକ, ‘ଅନାମିକା’ ୱେବ ସିରିଜରେ ସନ୍ନି ଲିଓନ ଲିଡ ରୋଲରେ ଅଛନ୍ତି। ବିକ୍ରମ ଭଟ୍ଟ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି।
The post ସନ୍ନି ଲିଓନଙ୍କ ଶୁଟିଂ ସେଟ୍କୁ ହଠାତ୍ ପଶି ଆସିଲେ ଗୁଣ୍ଡା appeared first on Odisha Reporter.
from Odisha Reporter https://ift.tt/3qi0PoP
No comments:
Post a Comment