ଜଳିଗଲା ୪ ବସ୍‌, ଗୋଟିଏ କାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ଜଳିଗଲା ୪ ବସ୍‌, ଗୋଟିଏ କାର୍‌

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ୧୬ ନଂ ଜାତୀୟ ରାଜପଥ ଡାହାଣୀଗଡ଼ିଆ ଛକ ନିକଟ ହରିଶଙ୍କର ଗ୍ୟାରେଜରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ପୋଡ଼ି ପାଉଁଶ ହୋଇଯାଇଛି। ବସ୍‌ ଭିତରେ ଶୋଇଥିବା  କର୍ମଚାରୀ ନିଆଁ ଲାଗିବା ଦେଖି ଜୀବନ ବିକଳରେ ବାହାରକୁ ଦୌଡ଼ି ପଳାଇଥିଲେ।

ଗତ ରାତିରେ ହରିଶଙ୍କର ଗ୍ୟାରେଜରେ  ହଠାତ୍‌ ନିଆଁ ଲାଗିଥିଲା। ଫଳରେ ସେଠାରେ ଥିବା ୪ ଟି ବସ ଓ ଗୋଟିଏ ସ୍କୋର୍ପିଓ ସମେତ ଗୋଟିଏ କ୍ୟାବିନ ହୁ ହୁ ହୋଇ ଜଳିବାକୁ ଲାଗିଲା । ନିଆଁ ଜଳୁଥିବା ସ୍ଥାନୀୟ ଲୋକ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗର ୩ଟି ଗାଡି ପହଞ୍ଚି  ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ମାତ୍ର ସେତେବେଳକୁ ୪ ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ଜଳି ପୋଡି ପାଉଁଶ ହୋଇଯାଇଥିଲା।

The post ଜଳିଗଲା ୪ ବସ୍‌, ଗୋଟିଏ କାର୍‌ appeared first on Odisha Reporter.



from Odisha Reporter https://ift.tt/3cYgOo8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages