ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଟିଆରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯିବେ ଓଡ଼ିଶା ସରକାର। ଏନେଇ ସୁପ୍ରିମକୋର୍ଟରେ ରିଟ୍ ପିଟିସନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ଆଇନ ବିଭାଗ ପକ୍ଷରୁ AOR ଶିବଶଙ୍କର ମିଶ୍ରଙ୍କୁ ଚିଠି କରାଯାଇଛି।
କୋଟିଆ ପ୍ରସଙ୍ଗରେ ସୋମବାର କଟକରେ ଆଡୋଭୋକେଟ୍ ଜେନେରାଲଙ୍କ ସହ କୋରାପୁଟ ଏଡିଏମ୍ ଓ ସରକାରୀ ଓକିଲ ଆଲୋଚନା କରିଥିଲେ। ଆଇନଗତ ଲଢେଇରେ କେମିତି ଆନ୍ଧ୍ରକୁ ଚେକ୍ ଦେବେ ସେନେଇ ଅଙ୍କକଷା ହୋଇଥିଲା। କୋଟିଆରେ ପଶି ଆନ୍ଧ୍ର କରୁଥିବା ପଞ୍ଚାୟତ ନିର୍ବାଚନ ବନ୍ଦ କରିବା ଓଡ଼ିଶା ସରକାର ଏଥିପାଇଁ ସୁପ୍ରିମକୋର୍ଟରେ ଖୁବଶୀଘ୍ର ଓଡ଼ିଶା ସରକାର ଆବେଦନ କରିପାରନ୍ତି ବୋଲି ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି। ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର କହିଥିଲେ ଯେ ସୁପ୍ରିମକୋର୍ଟ ନୁହେଁ ଓଡ଼ିଶା ପାଖରେ କେବଳ ବିକଳ୍ପ ହେଉଛି କେନ୍ଦ୍ର ରାଜ୍ୟ ସରକାର ସୀମା ବିବାଦ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିକଟରେ ଆବେଦନ କରିପାରିବେ।
ଓଡ଼ିଶାର ୩ଟି ଗାଁରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରୁଛି। ପଞ୍ଚାୟତ ନିର୍ବାଚନ ପାଇଁ ୩ଟି ଗାଁରୁ ୧୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଗଞ୍ଜେଇବାଦ୍ରା ନାଁରେ ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଥିଲା। କୋଟିଆବାସୀଙ୍କୁ ଆକୃଷ୍ଟ କରିବା ପାଇଁ ପ୍ୟାକେଜ ଘୋଷଣା କରିଥିଲେ ରାଜ୍ୟ ସରକାର।
ପ୍ୟାକେଜ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, କୋଟିଆକୁ ଆଦର୍ଶ ପଞ୍ଚାୟତରେ ପରିଣତ କରାଯିବ। କୋଟିଆ ଯିବି ଓ ଆପଣମାନଙ୍କୁ ଭେଟିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ ୧୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହାମଧ୍ୟରୁ ୧୩ କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ଓ ୫ କୋଟି ବ୍ୟୟରେ ସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କୋଟିଆରେ ସମୁଦାୟ ୧୫୦ କୋଟି ଟଙ୍କର ପ୍ରକଳ୍ପ କାମ ଚାଲିଛି। ୨୦୧୮ରେ କୋଟିଆର ବିକାଶ ପାଇଁ ୧୫୦ କୋଟିର ପ୍ରକଳ୍ପ ଘୋଷଣା ହୋଇଥିଲା।
The post କୋଟିଆ ମାମଲାରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର appeared first on Odisha Reporter.
from Odisha Reporter https://ift.tt/3aMD3ef
No comments:
Post a Comment