ମୁମ୍ବାଇ: ରାଗିଗଲେ ଲିଜେଣ୍ଡ୍ରୀ ଗାୟିକା ଲତା ମଙ୍ଗେସକର। ସାମ୍ନାକୁ ଆସି କଡା ଜବାବ ଦେଲେ ସ୍ୱର ସାମ୍ରାଜ୍ଞି ତଥା କୋକିଳ କଣ୍ଠୀ ଲତା ମଙ୍ଗେସକର। ନିଜ ଶାନ୍ତ ସ୍ୱଭାବ ପାଇଁ ପରିଚିତ ଲତା ଟୁଇଟ କରି ରୋକଠୋକ ଶୁଣାଇଦେଲେ।
କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ଆମେରିକୀୟ ପପ ସିଙ୍ଗର ରିହାନାଙ୍କ ଏକ ଟୁଇଟ ପରେ ସୋଶାଲ ମିଡିଆରେ ଝଡ ସୃଷ୍ଟି ହୋଇଛି। କେତେକ ସେଲେବ୍ରିଟି ତାଙ୍କୁ ସମର୍ଥନ କରୁଛନ୍ତି ତ ଆଉ କେତେକ ବିରୋଧ। ଅକ୍ଷୟ କୁମାର, ଅଜୟ ଦେବଗନ ଏବଂ କରଣ ଜୋହରଙ୍କ ସମେତ ଅନେକ ସେଲିବ୍ରିଟି ରିହାନାଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ଏବେ ଏହି ତାଲିକାରେ ସ୍ୱର ସାମ୍ରାଜ୍ଞିଙ୍କ ନାଁ ଯୋଡି ହୋଇଛି।
ଲତା ମଙ୍ଗେସକର ଟୁଇଟ କରି ରିହାନାଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି। ସେ କହିଛନ୍ତି, “ଭାରତ ଏକ ଗୌରବଶାଳୀ ରାଷ୍ଟ୍ର। ଆମେ ସମସ୍ତ ଭାରତୀୟ ଏହାକୁ ନେଇ ଗୌରବାନ୍ୱିତ। ଜଣେ ଗର୍ବିତ ଭାରତୀୟ ଭାବେ, ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ଯେ, କୌଣସି ବି ସମସ୍ୟାକୁ ଆମେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଢ଼ଙ୍ଗରେ ମିଳିମିଶି ସମାଧାନ କରିପାରିବୁ। ଏଥିପାଇଁ ଆମେ ପୁରାପୁରି ସକ୍ଷମ।” ଏଥିସହ ଲତା ଦୁଷ୍ପ୍ରଚାରୀଙ୍କ ଠାରୁ ଦୂରେଇ ରହିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
#IndiaTogether #IndiaAgainstPropaganda pic.twitter.com/JpUKyoB4vn
— Lata Mangeshkar (@mangeshkarlata) February 3, 2021
ଲତା ମେଙ୍ଗସକରଙ୍କ ପୂର୍ବରୁ ଅକ୍ଷୟ କୁମାର, କଙ୍ଗନା ରଣାୱତ, ଅଜୟ ଦେବଗନ ଏବଂ କରଣ ଜୋହର ସମେତ ଅନେକ ବଲିଉଡ ସେଲେବ୍ରିଟି ମଧ୍ୟ ରିହାନାଙ୍କୁ ସମାଲୋଚନା କରିବା ସହ ତାଙ୍କୁ କଡ ଜବାବ ଦେଇଛନ୍ତି ଏବଂ ଲୋକଙ୍କୁ ଦୁଷ୍ପ୍ରଚାର ଠାରୁ ଦୂରେଇ ରହିବା ପାଇଁ ଆହ୍ୱାନ ଦେଇସାରିଛନ୍ତି।
ଭାରତ ପକ୍ଷରୁ କ୍ରିକେଟ୍ ଖେଳିଥିବା ପ୍ରଜ୍ଞାନ ଓଝା ରିହାନାଙ୍କୁ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଆମ ଦେଶ ଚାଷୀଙ୍କ ପାଇଁ ଗର୍ବିତ, କାରଣ ଆମେ ସମସ୍ତେ ଜାଣିଛୁ ଯେ ସେମାନେ ଆମ ପାଇଁ କେତେ ଗୁରୁତ୍ୱ। ମୋର ବିଶ୍ୱାସ ଯେ ଆମେ ଖୁବ୍ ଶୀଘ୍ର ଏହି ମାମଲାକୁ ସମାଧାନ କରିନେବୁ। ଏହାସହ ନିଜର ଘରୋଇ ମାମଲାରେ କେହି ବାହାର ଲୋକ ମୁଣ୍ଡ ପୂରାଇବାର ଆବଶ୍ୟକତା ନାହିଁ ବୋଲି ପ୍ରଜ୍ଞାନ ଟୁଇଟ୍ କରି କହିଛନ୍ତି।
ସେପଟେ ହଲିଉଡ ପପ୍ ଗାୟିକା ରିହାନାଙ୍କ ସମେତ ସ୍ୱିଡେନର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ, ଆମେରିକୀୟ ଅଭିନେତ୍ରୀ ଅମାଣ୍ଡା କେରନୀ, ଗାୟକ ଜେ ସିନ, ପର୍ଣ୍ଣ ଷ୍ଟାର ମିଆଁ ଖଲିଫା, ଆମେରିକା ଉପରାଷ୍ଟ୍ରପତି କମଲା ହାରିସଙ୍କ ଭାଣିଜି ମିନା ହାରିସ ସମେତ ଅନେକ ଚର୍ଚ୍ଚିତ ବ୍ୟକ୍ତିମାନେ ଭାରତରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
The post କଡ଼ା ଜବାବ ଦେଲେ ଲତା, କହିଲେ-ଆମ ସମସ୍ୟା ଆମେ ସମାଧାନ କରିବୁ appeared first on Odisha Reporter.
from Odisha Reporter https://ift.tt/2MwLGRY
No comments:
Post a Comment