ଆପଣମାନେ ମାଛର ଅନେକ ରେସିପି କରି ଘରେ ଖାଇଥିବେ ଏବଂ ଖୁଆଇଥିବେ ମଧ୍ୟ । କିନ୍ତୁ କେବେ ମାଛ ମୁସ୍କା ତିଆରି କରି ଖୁଆଇଛନ୍ତି କି? ଯଦି ନା’ ତେବେ ଆସନ୍ତୁ ଜାଣିବା ଏହି ‘ମାଛ ମୁସ୍କା’ ରେସିପିଟି କିଭଳି ପ୍ରସ୍ତୁତ ହୁଏ।
ସାମଗ୍ରୀ: ମାଛ ୫୦୦ ଗ୍ରାମ, ଛୋଟ ଛୋଟ କଟା ଅଦା ୧ ଚାମଚ, କଟା ରଷୁଣ ୧ ଚାମଚ, ୨ଟି କଟା ପିଆଜ, ଗୋଟେ ସିଝା ଆଳୁ, ୧ ଛୋଟ ଚାମଚ ହଳଦି ଗୁଣ୍ଡ, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗୋଲ ମରିଚ ଗୁଣ୍ଡ, ୨ କପ୍ ତେଲ, ଲୁଣ ସ୍ୱାଦ ଅନୁସାର, ଭଜା ବ୍ରେଡ ଗୁଣ୍ଡ, ଧନିଆ ପତ୍ର ଓ କର୍ନଫ୍ଲୋର।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ବାଉଲରେ ଦୁଇ କପ୍ ପାଣି ପକାନ୍ତୁ । ସେଥିରେ ଲୁଣ ଏବଂ ହଳଦୀ ପକାଇ ୧୦ ମିନିଟ୍ ମାଛକୁ ସିଝାଇ ଦିଅନ୍ତୁ। ଏହାପରେ ସିଝା ମଛରୁ କଣ୍ଟାକୁ ଭଲଭାବେ ବାହାର କରି ଦିଅନ୍ତୁ। ତା’ପରେ ମଛରେ ସିଝା ଆଳୁ, କଟା ପିଆଜ, ରୁଷଣ, ଅଦା, ଲଙ୍କା ଗୁଣ୍ଡ, ଗୋଳ ମରିଚ ଗୁଣ୍ଡ, ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗୋଳା ହଆଇଥିବା ମାଛକୁ ଛୋଟ ଛୋଟ ଆକାରରେ ଗୋଲ କରିଦିଅନ୍ତୁ। ଏହାପରେ ଆଉ ଗୋଟିଏ ପାତ୍ରରେ ୨ କପ୍ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଲ ଆକାର ଦିଆଯାଇଥିବା ମାଛକୁ କର୍ନଫ୍ଲୋରରେ ବୁଡାଇବା ପରେ ସେଥିରେ ବ୍ରେଡ କ୍ରମ୍ବସ୍ ଲଗାଇ ତେଲରେ ଛାଣି ଦିଅନ୍ତୁ। ଅଳ୍ପ ନାଲି ହେବା ପରେ ମାଛକୁ ପ୍ଲେଟକୁ ବାହାର କରି ପରଷନ୍ତୁ।
The post ମାଛ ମୁସ୍କା appeared first on Odisha Reporter.
from Odisha Reporter https://ift.tt/3avJXnT
No comments:
Post a Comment