ବିଶାଖାପାଟନା: ଶେଷରେ ଗଧକୁ ବି ଛାଡୁ ନାହାନ୍ତି। ଛେଳି କୁକୁଡାଙ୍କ ଭଳି ଗଧକୁ ବି ମାରି ଖାଇ ଯାଉଛନ୍ତି ଲୋକେ। କେବଳ ସେତିକି ନୁହେଁ ଗଧ ମାଂସର ଚାହିଦା ବଢ଼ୁଥିବା ଯୋଗୁଁ ଅନ୍ୟ ରାଜ୍ୟକୁ ମଧ୍ୟ ଚାଲଣ ହେଉଛି। ଆନ୍ଧ୍ରପ୍ରେଦଶର ବିଭିନ୍ନ ରାଜ୍ୟରୁ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଦିନକୁ ଦିନ ଗଧ ମାଂସର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଫଳରେ ବିଭିନ୍ନ ସ୍ଥାନରେ ବେଆଇନ ରୂପେ ଗଧ ମାଂସ ବିକ୍ରି ହେଉଛି।
ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ, କ୍ରିଷ୍ଣା, ଗୁଣ୍ଟୁର ଭଳି ସହରରୁ ଲଗାତାର ଗଧ ହତ୍ୟା ଖବର ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଗଧ ମାଂସ ଖାଦ୍ୟ ରୂପେ ପଞ୍ଜିକୃତ ହୋଇନି । ଖାଦ୍ୟ ସୁରକ୍ଷା ୨୦୧୧ର ଆଇନ ଅନୁଯାୟୀ ଏହା ବେଆଇନ। କିନ୍ତୁ ଏହା ସତ୍ତ୍ୱେ ଆନ୍ଧ୍ରପ୍ରେଦଶରେ ଏବେ ଗଧ ମାଂସ ବିକ୍ରି ବଢ଼ିବାରେ ଲାଗିଛି।
ଏଠାରେ ଗୋଟିଏ ଗଧର ଦାମ ପ୍ରାୟ ୧୦ ରୁ ୧୫ ହଜାରରେ ବିକ୍ରି ହେଉଛି। ଏପରିକି ଅନ୍ୟ ଦେଶକୁ ମଧ୍ୟ ବେଆଇନ ରୂପେ ଚାଲାଣ ମଧ୍ୟ ହେଉଛି। ଗଧ ମାଂସ ଶକ୍ତି ବର୍ଦ୍ଧକ ଭଳି କାମ କରୁଛି। ଏହା ଶରୀରରେ ଫୁର୍ତ୍ତି ଆଣିବା ସହ ଦୀର୍ଘ ଦିନ ଯାଏଁ ଯୁବାବସ୍ଥା ବଜାୟ ରଖୁଛି ବୋଲି ଗଧ ମାସଂ ଖାଉଥିବା ବ୍ୟକ୍ତିମାନେ ଦାବି କରିଛନ୍ତି। ଏହି କାରଣ ଯୋଗୁଁ ଲୋକେ ବିଭିନ୍ନ ସ୍ଥାନ ବୁଲି ବୁଲି ବେଆଇନ ବ୍ୟବସାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଦେଇ ଗଧ ମାସଂ କିଣୁଛନ୍ତି।
ସୂଚନାଯୋଗ୍ୟ ଯେ, ବର୍ଷ ବର୍ଷ ଧରି ଗଧ କ୍ଷୀରର ଲୋକପ୍ରିୟାତା ରହିଥିବା ବେଳେ ଏବେ କିନ୍ତୁ ଗଧ ମାଂସର ଚାହିଦା ବଢ଼ିଛି। ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଆନ୍ଧ୍ରପ୍ରଦେଶରେ ଅନେକ ଅପରାଧିକ ଗ୍ୟାଙ୍ଗ ମିଳିତ ଭାବେ ଗଧ ମାଂସ ରାକେଟ ଚଳାଇଛନ୍ତି। ଗୋଟିଏ ଗ୍ୟାଙ୍ଗ ଗଧ କିଣିବା କାମରେ ସାମିଲ ଥିବା ବେଳେ ଅନ୍ୟ ଗ୍ୟାଙ୍ଗ ଗଧ ମାରିବା ଏବଂ ବାହାର ଦେଶକୁ ବିକ୍ରି କରିବା ଦାୟିତ୍ୱ ନେଇଛି।
ଆନ୍ଧ୍ରପ୍ରଦେଶରେ ଗଧ ସଂଖ୍ୟା କମ ଥିବା ଯୋଗୁଁ ଅନ୍ୟ ସ୍ଥାନରୁ ଯେପରିକି ରାଜସ୍ଥାନ, ଉତ୍ତରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ଗଧ ଅଣାଯାଉଛି। ବହୁ ସଂଖ୍ୟାରୁ ଗଧ ହତ୍ୟା କରି ସେମାନଙ୍କ ମାସଂ ବିକ୍ରି କରାଯାଉଥିବା ନେଇ ପଶ୍ଚିମ ଗୋଦାବରୀ ଜିଲ୍ଲା ପ୍ରଶାସନ ନିକଟରେ କାକିନଡା ସ୍ଥିତ ଏକ ଏନଜିଓ ପ୍ରାଣୀ ଉଦ୍ଧାର ସଂଗଠନର ସଚିବ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାର ଗଧମାନଙ୍କୁ ସୁରକ୍ଷା ଦେବା ଜରୁରୀ । ଏଥିପାଇଁ ଆଇନ ପ୍ରଣୟନ କରିବାକୁ ସେ ଦାବି କରିଛନ୍ତି। ନଚେତ ଗଧମାନେ ଜଙ୍ଗଲ ବଦଳରେ ଲୋକଙ୍କ ଖାଇବା ପ୍ଲେଟର ଶୋଭା ବଢ଼ାଇବେ ବୋଲି ସେ କହିଛନ୍ତି।
The post ଗଧକୁ ବି ଛାଡୁ ନାହାନ୍ତି, ମାରି ଖାଇ ଯାଉଛନ୍ତି appeared first on Odisha Reporter.
from Odisha Reporter https://ift.tt/3ur3Ju3
No comments:
Post a Comment