ବାଲେଶ୍ୱରରେ ହେବ ଦେଶର ପ୍ରଥମ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ବାଲେଶ୍ୱରରେ ହେବ ଦେଶର ପ୍ରଥମ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ-ଜୁନ୍ ମାସରେ ଅଧିକ ବଜ୍ରପାତ ମାମଲା ସାମ୍ନାକୁ ଆସିଥାଏ। ଘଡ଼ଘଡ଼ି, ବଜ୍ରପାତ ପାଇଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରକୁ ଅଧିକ ଥାଏ ଏହି ଭୟ। ଏହାକୁ ଆଖି ଆଗରେ ରଖି ଧନ ଜୀବନର ସୁରକ୍ଷା ପାଇଁ ଓଡିଶାରେ ପ୍ରତିଷ୍ଠା ହେବ ବଜ୍ରପାତ  ଅନୁସନ୍ଧାନ କେନ୍ଦ୍ର । ଦେଶରେ ପ୍ରଥମ ଥର ଲାଗି ଏଭଳି ଏକ ଅନୁଷ୍ଠାନର ପରିକଳ୍ପନା କରିଛି ଭାରତୀୟ ପାଣିପାଗ ବିଭାଗ ।

ଭୂ-ବିଜ୍ଞାନ ମନ୍ତ୍ରଣାଳୟର ନିଷ୍ପତି କ୍ରମେ, IMD,ISRO,DRDO ସହଯୋଗରେ ବାଲେଶ୍ୱର ନିକଟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି ଅନୁସନ୍ଧାନ କେନ୍ଦ୍ର ଆରମ୍ଭ ହେଲେ ବଜ୍ରପାତ ସମ୍ବନ୍ଧରେ ଆହୁରି ସଠିକ୍ ଓ ନିର୍ଭୁଲ ଭାବରେ ଆକଳନ କରାଯାଇ ପାରିବ । ଏହା ସହ ଧନଜୀବନର  ରକ୍ଷା ହୋଇପାରିବ ବୋଲି IMD ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ।

IMD ମହାନିର୍ଦ୍ଦେଶକ କହିଛନ୍ତି, ଗୋଟିଏ ବଜ୍ରପାତର ସମୟ ଅଧଘଣ୍ଟାରୁ ତିନି ଘଣ୍ଟା ହୋଇପାରେ। ଏହା ଖୁବ୍‌ କମ୍‌ ଅଞ୍ଚଳକୁ ପ୍ରଭାବିତ କରିଥାଏ।  ତେଣୁ ଏହାକୁ ସଠିକ ଭାବେ ନିରୂପଣ କରିବାକୁ ହେଲେ ଏହା ବିଷୟରେ ସଠିବ ବିବରଣୀ ହାସଲ କରିବା ଦରକାର। ଅଧିକ ସଠିକତାର ସହ  ଝଡ଼, ପବନ, ବିଜୁଳି, ବର୍ଷାର ପୁର୍ବାନୁମାନ କରିବା ନିମନ୍ତେ ବାଲେଶ୍ୱର ନିକଟରେ ଏକ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ପାଇଁ ଯୋଜନା ହେଉଛି।

ଯଦିଓ ଏହା ଉତ୍ତର ଓଡ଼ିଶାରେ ପ୍ରତିଷ୍ଠ ହେବାକୁ ଯାଉଛି । କିନ୍ତୁ ଏହାଦ୍ୱାରା ସମଗ୍ର ଉତ୍ତର ଓଡ଼ିଶା, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ବି ପର୍ଯ୍ୟବେକ୍ଷଣକୁ ବଢ଼ାଯିବ।

ଏପ୍ରିଲ-ଜୁନ୍‌ ମାସରେ ହେଉଥିବା କାଳ ବୈଶାଖୀ ବିହାର, ଝାଡ଼ଖଣ୍ଡରୁ ଉତ୍ପନ ହେବା ପରେ ଉତ୍ତର ପଶ୍ଚିମ ଦିଗରୁ ଦକ୍ଷିଣ ପୂର୍ବ ଦିଗକୁ ଗତି କରିଥାଏ।  ଓଡ଼ିଶା, ପଶ୍ଚିମବଙ୍ଗ ଦେଇ ଯିବା ବେଳେ ଏହା ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ସଂଗ୍ରହ କରିଥାଏ। ତେଣୁ ଏହାର ରୂପରେଖ ଜାଣିବାକୁ ସମଗ୍ର ଅଞ୍ଚଳରେ ପର୍ଯ୍ୟବେକ୍ଷଣ କେନ୍ଦ୍ର ବଢ଼ାଇବାକୁ ବଢ଼ିବ।

ବାଲେଶ୍ୱରରେ  ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର ସ୍ଥାପନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲେ ବି ଏହା ବର୍ତ୍ତମାନ  ପ୍ରାଥମିକ ସ୍ତରରେ ରହିଛି। ଏଥିନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଲୋଡ଼ା। IMD,ISRO,DRDO ମିଳିତ ଭାବେ ଏହାକୁ ପ୍ରତିଷ୍ଠା କରିବେ। ଆଇଆଇଟି ଖଡ଼ଗପୁର, ଆଇଆଇଟି ଭୁବନେଶ୍ୱର,  ଏଫ୍‌ଏମ୍‌ ୟୁନିଭରସିଟି , ଉତ୍ତର ୟୁନିଭରସିଟି ଓ କଲିକତା ୟୁନିଭରସିଟି ମିଶିକି କାମ କରିପାରିବେ।  ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଯନ୍ତ୍ରାଂଶ ବ୍ୟବହାର କରାଯାଇ ତଥ୍ୟ ସଂଗ୍ରହ ହେବ।  ସଠିକ୍‌ ସୂଚନା ମିଳିବା ଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ।

ଏହାବ୍ୟତୀତ ମନସୁନ ଷ୍ଟଡି ପାଇଁ ଅନ୍ୟ ଏକ ଅନୁଷ୍ଠାନ ଭୋପାଲ ନିକଟରେ କରିବାକୁ ଯୋଜନା ହେଉଛି। ଏହା ବି ଭାରତରେ ପ୍ରଥମ ବୋଲି କହିଛନ୍ତି IMD ମହାନିର୍ଦ୍ଦେଶକ।

The post ବାଲେଶ୍ୱରରେ ହେବ ଦେଶର ପ୍ରଥମ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର appeared first on Odisha Reporter.



from Odisha Reporter https://ift.tt/3azWu9Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages