ରେଳ ଲାଇନ କଡ଼ରେ ପଡ଼ିଥିଲା ଶିଶୁ କନ୍ୟା, ଝୁଣି ଦେଲା କୁକୁର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 9, 2021

ରେଳ ଲାଇନ କଡ଼ରେ ପଡ଼ିଥିଲା ଶିଶୁ କନ୍ୟା, ଝୁଣି ଦେଲା କୁକୁର

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ନିଜ ଛୁଆକୁ ବିପଦ ମୁହଁରୁ ବଞ୍ଚାଇବାକୁ ସବୁବେଳେ ଆଗଭର ହୋଇଥାନ୍ତି ବାପାମା’। ହେଲେ ଦୁନିଆକୁ ବୁଝିବା ଆଗରୁ ଯେବେ ବାପାମା’ ଛୁଆକୁ ରାସ୍ତାରେ ଛାଡ଼ି ଦିଅନ୍ତି, ସେତେବେଳେ ଭଗବାନ ହିଁ ଭରସା। ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କୋରାପୁଟରେ। ପରିବାର ଲୋକ ରାତି ଅଧରେ ରେଳ ଲାଇନ କଡ଼ରେ ଛାଡ଼ି ଯାଇଥିବା ଏକ ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ। ଛୁଆଟି ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛି।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା କାକାରୀଗୁମା ରେଳ ଲାଇନ କଡ଼ରେ ଗତ ରାତିରେ କେହି ଏକ ଶିଶୁ କନ୍ୟାକୁ ଛାଡ଼ି ଯାଇଥିଲେ। ରାତି ସାରା ଥଣ୍ଡା, କାକରରେ ଶିଶୁଟି ଖୋଲା ଆକାଶ ତଳେ ପଡ଼ି ରହିଥିଲା। ଆଜି ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳର କିଛି ସ୍ଥାନୀୟ ଲୋକ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଏକ ଛୋଟ ଛୁଆର ଚିତ୍କାର ଶୁଣିବାକୁ ପାଇଥିଲେ। ଏହାପରେ ଘଟଣାସ୍ଥଳକୁ ଦୌଡ଼ିଯାଇ ଏକ କୁକୁର ପିଲାଟିକୁ ଝୁଣୁଥିବା ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ଶିଶୁଟିକୁ ଉଦ୍ଧାର କରି  ପୁଲିସ୍‌ ଓ ଚାଇଲ୍ଡ ଲାଇନ୍‌କୁ ଖବର ଦେଇଥିଲେ।

ଶିଶୁଟିକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ କୋରାପୁଟ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିବା ବେଳେ ତା’ର ଅବସ୍ଥା ଗୁରୁତର ଥିବା ଜଣାଯାଇଛି।    ଶିଶୁ କନ୍ୟା ଓ କାହିଁକି ସେଇଠି  କିଏ ପକାଇଥିଲା ଜଣା ପଡ଼ିନାହିଁ ।

ଛୁଆଟି ରେଳ ଲାଇନ୍‌ କଡ଼ରେ ରାତି ସାରା ପଡ଼ିଥିବାରୁ ଥଣ୍ଡା ହୋଇଯାଇଛି। ତା’ର ଚିକିତ୍ସା ଆରମ୍ଭ ହୋଇଯାଇଛି। ଏଥିସହ ଛୁଆ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବାରୁ ଅବସ୍ଥା ଗୁରୁତର ଅଛି। ଛୁଆଟି କାହାର ଜଣାପଡ଼ି ନ ଥିବା ବେଳେ ଏନେଇ ଥାନାରେ ମାମଲା ରୁଜୁ ହେବା ସହ ଖବରକାଗଜରେ ମଧ୍ୟ ବିଜ୍ଞାପନ ଦିଆଯିବ ବୋଲି ଡିସିପିଓ କହିଛନ୍ତି।

The post ରେଳ ଲାଇନ କଡ଼ରେ ପଡ଼ିଥିଲା ଶିଶୁ କନ୍ୟା, ଝୁଣି ଦେଲା କୁକୁର appeared first on Odisha Reporter.



from Odisha Reporter https://ift.tt/2MJ3YzG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages