ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ କରାଯାଇଥିବା ତିନି କୃଷି ଆଇନ୍ ବିରୋଧରେ ଜାନୁଆରୀ ୨୬ ତାରିଖରେ ଟ୍ରାକ୍ଟର ରାଲି ବେଳେ ହୋଇଥିବା ହିଂସା ଓ ଲାଲ କିଲ୍ଲାରେ ଏକ ଧାର୍ମିକ ଧ୍ୱଜା ଉଡ଼ାଇବା ମାମଲାରେ ଆଉଜଣେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଇକବାଲ୍ ସିଂହ। ମଙ୍ଗଳବାର ରାତିରେ ପଞ୍ଜାବର ହୋଶିୟାରପୁରରୁ ଦିଲ୍ଲୀ ପୁଲିସ୍ ତାଙ୍କୁ ଗିରଫ କରିଛି। ତାଙ୍କ ଗିରଫଦାରୀ ଉପରେ ୫୦ହଜାର ଟଙ୍କାର ପୁରସ୍କାର ରଖାଯାଇଥିଲା। ଏହା ପୂର୍ବରୁ ମଙ୍ଗଳବାର ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁଙ୍କୁ ଗିରଫ କରିଥିଲା। ଦୀପ ସିଦ୍ଧୁଙ୍କ ଉପରେ ୧ଲକ୍ଷ ଟଙ୍କାର ପୁରସ୍କାର ରାଶି ଧାର୍ଯ୍ୟ ହୋଇଥିଲା।
Iqbal Singh, an accused in 26th January Delhi violence case arrested by Special Cell from Hoshiarpur, Punjab last night. He carried a reward of Rs 50,000 on his arrest: Delhi Police pic.twitter.com/T5ysMI4v77
— ANI (@ANI) February 10, 2021
ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ରାଜଧାନୀ ଦିଲ୍ଲୀରେ ବଡ଼ ହିଂସାକାଣ୍ଡ ଘଟିଥିଲା। ତେବେ କିଛି ଚାଷୀ ଗୋଷ୍ଠୀ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଟ୍ରାକ୍ଟର ରାଲି ପାଇଁ ସୀମା ଭିତରେ ଅନୁପ୍ରବେଶ କରିଥିଲା। ପୁଲିସ୍ ଏହାକୁ ରୋକିବାକୁ ପ୍ରୟାସ କରିଥିଲା, କିନ୍ତୁ ପୁଲିସ ବ୍ୟାରିକେଡ୍ ଭାଙ୍ଗି ଏହି ଗୋଷ୍ଠୀ ପ୍ରଥମେ ଆଇଟିଓ ପହଞ୍ଚିଥିଲା ଏବଂ ସେଠାରେ ଜୋରଦାର ହଙ୍ଗାମା କରିଥିଲେ।
ପୁଲିସ୍ ଯେତେବେଳେ ସେମାନାଙ୍କୁ ରୋକିବାକୁ ପ୍ରୟାସ କଲା, ସେହି ସମୟରେ ସେମାନେ ଓଲଟା ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ଆଇଟିଓ ପରେ ଏହି ଗୋଷ୍ଠୀ ଲାଲକିଲ୍ଲାରେ ପହଞ୍ଚିଥିଲା। ସେଠାରେ ଏମାନେ ପ୍ରବଳ ହିଂସା ଘଟାଇଥିଲେ। ପୁଲିସ୍ ଉପରକୁ ଆକ୍ରମଣ କରି ସେମାନେ ଲାଲ କିଲ୍ଲାର ପ୍ରାଚୀରରେ ତ୍ରିରଙ୍ଗା ବଦଳରେ ଏକ ଧାର୍ମିକ ଧ୍ୱଜା ଉଡ଼ାଇଥିଲେ।
The post ଦିଲ୍ଲୀ ହିଂସାକାଣ୍ଡର ଆଉ ଜଣେ ଅଭିଯୁକ୍ତ ଇକବାଲ୍ ସିଂହ ଗିରଫ appeared first on Odisha Reporter.
from Odisha Reporter https://ift.tt/3daW9h1
No comments:
Post a Comment