କର୍ଲାପଟାରେ ଆଉ ଏକ ହାତୀର ଜୀବନ ଗଲା, ୧୪ ଦିନରେ ମଲେଣି ୬ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

କର୍ଲାପଟାରେ ଆଉ ଏକ ହାତୀର ଜୀବନ ଗଲା, ୧୪ ଦିନରେ ମଲେଣି ୬

ଭବାନୀପାଟଣା (ରାଜକୁମାର ସିଂହଦେଓ): କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କ ଥମିବାର ନାଁ ନେଉନି। ଆଜି ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଆର୍ସିସିଏଫ୍ ସୁଦୀପ୍ତ ଦାସ ଏହି ସୂଚନା ଦେଇଛନ୍ତି।

ହାତୀଟି ସେପ୍ଟିସିମିଆରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଏହା ଗତ ୧୪ ଦିନ ମଧ୍ୟରେ ଏହି ଅଭୟାରଣ୍ୟରେ ୬ଟି ହାତୀଙ୍କ ମୃତ୍ୟୁ ହେଲାଣି।

ଅନ୍ୟପକ୍ଷରେ କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ପରେ ସମୂହ ଟିକାକରଣ ଆରମ୍ଭ ହୋଇଛି। ଆଖପାଖ ଅଞ୍ଚଳର ସବୁ ଗୃହ ପାଳିତ ପଶୁ ପକ୍ଷୀଙ୍କୁ ଟିକା ଦିଆଯାଉଛି। ନଦୀ, ନାଳରେ ବ୍ଲିଚିଂ ପକାଇ ବିଶୁଦ୍ଧ କରାଯାଉଛି। ହାତୀ ମୃତ୍ୟୁ ପଛର କାରଣ ଜାଣିବାକୁ କ୍ୟାମେରା ଲଗାଯିବ ବୋଲି ଗତକାଲି ଡିଏଫ୍‌ଓ କହିଥିଲେ। କର୍ଲାପାଟ ଅଭୟାରଣ୍ୟରେ ଥିବା ୧୭ଟି ହାତୀଙ୍କ ମଧ୍ୟରୁ ୬ଟିର ମୃତ୍ୟୁ ହେଲାଣି।

ସେହିଭଳି ରେଢାଖୋଲ ଡିଭିଜନ୍‌ ନାକଟିଦେଉଳ ରେଞ୍ଜ ଚଡଚଡି ଜଙ୍ଗଲରୁ ମିଳିଥିବା ଛୁଆ ହାତୀର ମୃତ୍ୟୁ ଆନ୍ଥ୍ରାକ୍ସ ଯୋଗୁଁ ହୋଇଥିବା ସନ୍ଦେହ କରୁଛି ବନବିଭାଗ। ଅଧିକ ପରୀକ୍ଷା ପାଇଁ ମୃତ ହାତୀର ମାଂସ ଓ ରକ୍ତ  ନମୂନା ଓୟୁଏଟି ପଠାଯାଇଛି।

ସୂଚନାଯୋଗ୍ୟ, ରେଢ଼ାଖୋଲ ଡିଭିଜନରେ ବର୍ଷକ ଭିତରେ ୩ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରୁ ଦୁଇଟି ଆନ୍ଥ୍ରାକ୍ସ ଜନିତ ବୋଲି କହିଛି ବନ ବିଭାଗ। ତେବେ ରିପୋର୍ଟ ଆସିବା ପରେ ଛୁଆ ହାତୀର ମୃତ୍ୟୁ କାରଣ ଜଣାପଡିବ ବୋଲି କହିଛି ବନ ବିଭାଗ।

The post କର୍ଲାପଟାରେ ଆଉ ଏକ ହାତୀର ଜୀବନ ଗଲା, ୧୪ ଦିନରେ ମଲେଣି ୬ appeared first on Odisha Reporter.



from Odisha Reporter https://ift.tt/3d9FeuX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages