ଟୁଲକିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 14, 2021

ଟୁଲକିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ

ବେଙ୍ଗାଳୁରୁ: ଗ୍ରେଟ ଥନବର୍ଗ ଟୁଲକିଟ ମାମଲାରେ ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା। ବେଙ୍ଗାଳୁରୁରୁ ୨୧ ବର୍ଷୀୟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ଗିରଫ କରିଛି। ଗତ ୪ ତାରିଖରେ ଟୁଲକିଟ୍‌ ମାମଲାରେ ଦିଲ୍ଳୀ ପୁଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଚାଷୀଙ୍କ ସହ ଜଡିତ ଥିବା ଟୁଲ୍‌କିଟ୍‌କୁ ଦିଶା ରବି ଏଡିଟ୍‌ କରି ପଠାଇଥିବା ଅଭିଯୋଗ ହୋଇଛି।

ଜାନୁଆରୀ ୨୬ ଦିନ ଚାଷୀଙ୍କ ଟ୍ରାକ୍ଟର ରାଲି ବେଳେ ଦିଲ୍ଲୀରେ ହୋଇଥିବା ହିଂସା ମାମଲା ସମେତ ଟୁଲକିଟ ମାମଲର ମଧ୍ୟ ଦିଲ୍ଲୀ ପୁଲିସ ତଦନ୍ତ କରୁଛି। ନିକଟରେ ପରିବେଶବିତ ଗ୍ରେଟ ଥନବର୍ଗ ଏକ ଟୁଲ୍‌ କିଟ୍‌କୁ ନେଇ ଟିଇଟ କରିଥିଲେ। ପରେ କିନ୍ତୁ ଏହି ଟୁଇଟକୁ ସେ ହଟାଇ ଦେଇଥିଲେ। ପରେ ତଦନ୍ତରୁ ଜଣାପଡିଥିଲା ଯେ, ଏହି ଟୁଲ୍‌ କିଟର ସ୍କ୍ରିପ୍ଟ ରାଇଟର ଜଣେ ଖାଲିସ୍ତାନୀ ସଙ୍ଗଠନ।

ପୂର୍ବରୁ ଗୁଗୁଲ ଏବଂ ଅନ୍ୟ ବଡ ବଡ ସୋଶାଲ ମିଡିଆ କମ୍ପାନୀଗୁଡିକୁ ଟୁଲ୍‌ କିଟ୍‌ ଦସ୍ତାବିଜ ମାମଲାରେ ଯେଉଁ ଇ-ମେଲ୍‌ ଏବଂ ୟୁଆର୍‌ଏଲ୍‌ର କଥା କୁହାଯାଇଥିଲା ତା’ର ସୂଚନା ନେଇ ପୁଲିସ ସଫେଇ ମାଗିଛି।

ଦିଲ୍ଲୀ ସ୍ପେଶାଲ ପୁଲିସ ସେଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ସୋଶାଲ ମିଡିଆ ମନିଟରିଂ ସମୟରେ ଟୁଲ୍‌ କିଟ୍‌ ମିଳିଥିଲା। ଏହାର ଲେଖକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତେବେ ଏହି ଏଫଆଇଆର୍‌ରେ କୌଣସି ବ୍ୟକ୍ତିଙ୍କ ନାଁ ନଥିଲା ଏହା କେବଳ ଟୁଲ କିଟ୍‌କୁ ତିଆରି କରିବା ବ୍ୟକ୍ତିଙ୍କ ବିରୋଧରେ ଥିଲା।

The post ଟୁଲକିଟ୍‌ ମାମଲା: ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ appeared first on Odisha Reporter.



from Odisha Reporter https://ift.tt/3jLQdMq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages