୧ ଟଙ୍କାରେ ରୋଗୀ ଦେଖୁଛନ୍ତି ଡାକ୍ତର ଦମ୍ପତି , ଜାଣନ୍ତୁ କ୍ଲିନିକ୍‌ର ଟାଇମ୍‌ ଟେବୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

୧ ଟଙ୍କାରେ ରୋଗୀ ଦେଖୁଛନ୍ତି ଡାକ୍ତର ଦମ୍ପତି , ଜାଣନ୍ତୁ କ୍ଲିନିକ୍‌ର ଟାଇମ୍‌ ଟେବୁଲ୍‌

ବୁର୍ଲା(ସଞ୍ଜୟ କୁମାର ଜେନା): ଗରିବ ରୋଗୀଙ୍କୁ  ସୁବିଧାରେ ସେବା ଯୋଗାଇ ଦେବା ପାଇଁ  ଡାକ୍ତରଙ୍କ ଅଭିନବ ଉଦ୍ୟମ।  ନିଜ ଭଡ଼ା ଘରେ ଆରମ୍ଭ କରିଛନ୍ତି ଟଙ୍କାକିଆ ରୋଗୀ ଦେଖା।  ମାତ୍ର ୧ ଟଙ୍କା ଦେଇ ଗରିବ ରୋଗୀମାନେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ପାରୁଛନ୍ତି । ଏମିତିକି ଡାକ୍ତରଙ୍କ ସହଧର୍ମିଣୀ ମଧ୍ୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି । ସପ୍ତାହକୁ ୫ ଦିନ ପାଇଁ ଖୋଲା ରହୁଛି ଏହି କ୍ଲିନିକ୍ । ଆଉ ସେହି ଡାକ୍ତର ଜଣକ ହେଉଛନ୍ତି ଶଙ୍କର ରାମଚନ୍ଦାନୀ। ଯେଉଁଠି ପ୍ରେସ୍କ୍ରିପସନ୍ ଲେଖିବା ପାଇଁ ଡାକ୍ତର ଶହ ଶହ ଟଙ୍କା ନେଇଥାନ୍ତି ।  ହେଲେ ରୋଗୀଙ୍କଠାରୁ ମାତ୍ର ୧ ଟଙ୍କା ନେଇ ପ୍ରେସକ୍ରିପସନ୍ ଲେଖୁଛନ୍ତି ଶଙ୍କର।

ବୁର୍ଲା ଭୀମସାରରେ ମେଡିସିନ ବିଭାଗରେ  ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ  ହସ୍ପିଟାଲରେ ରୋଗୀ ସେବା ପରେ ଘରକୁ ଆସି ସଂଧ୍ୟାରେ ଆଖପାଖ ଅଞ୍ଚଳର ରୋଗୀ ଦେଖନ୍ତି । ରାମଚନ୍ଦାନୀଙ୍କ ପତ୍ନୀ ମଧ୍ୟ ଜଣେ ଦାନ୍ତ ଡାକ୍ତର।  ତେଣୁ ପତ୍ନୀ ମଧ୍ୟ ରୋଗୀ ଦେଖିବାରେ ତାଙ୍କୁ ସାହାଯ୍ୟ କରୁଛନ୍ତି।  ରାମଚନ୍ଦାନୀଙ୍କ କହିବାନୁଯାୟୀ, ମଧ୍ୟବର୍ତ୍ତୀ ପରିବାରରୁ ଆସିଥିବାରୁ ଗରିବ ଲୋକଙ୍କ ସମସ୍ୟା ବେଶ ଭଲ ଭାବେ ବୁଝିଛନ୍ତି।  ତେଣୁ ପୁରା ମାଗଣା ଦେଖିଲେ, ହୁଏତ ସମ୍ପୃକ୍ତ ରୋଗୀଙ୍କୁ ଅନୁଭବ ହେବ, ଡାକ୍ତରଙ୍କୁ ପାରିଶ୍ରମିକ ଦେଇ ନାହାନ୍ତି  । ତେଣୁ ସେ ଫି ବାବଦରେ  ଏକ ଟଙ୍କା ରଖୁଛନ୍ତି।

ରାମଚନ୍ଦାନୀଙ୍କ କ୍ଲିନିକ୍ କହିଲେ କାଠରେ ତିଆରି ଏକ ଛୋଟ କ୍ୟାବିନ୍ । କିଛି ଦିନ ତଳେ ଏହାକୁ ଉଦଘାଟନ କରିଛନ୍ତି । ଘରୋଇ ନର୍ସିଂ ହୋମ ଭଳି ଚାକଚକ୍ୟ ନାହିଁ କି, କୌଣସି କର୍ମଚାରୀ ନାହାନ୍ତି । କ୍ୟାବିନ ଭିତରେ ବସି ରୋଗୀ ଦେଖୁଛନ୍ତି ରାମଚନ୍ଦାନୀ।  ଜଣେ ସମାଜସେବୀ ଭାବେ ମଧ୍ୟ ସେ ଜଣାଶୁଣା ।  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରାମଚନ୍ଦାନୀ।  ଏକ ସାଧାରଣ ପରିବାରରୁ ଆସିଥିବାରୁ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇ ଦେଇ ନିଜ ମାଆ ବାପାଙ୍କର ଇଚ୍ଛା ପୁରଣ କରି ପାରିଛନ୍ତି ବୋଲି ସେ କହିଛନ୍ତି । ନିଜ ପରିବାର ସହ ଏବେ ବୁର୍ଲାରେ ରହୁଛନ୍ତି ଡାକ୍ତର ରାମଚନ୍ଦାନୀ ।

The post ୧ ଟଙ୍କାରେ ରୋଗୀ ଦେଖୁଛନ୍ତି ଡାକ୍ତର ଦମ୍ପତି , ଜାଣନ୍ତୁ କ୍ଲିନିକ୍‌ର ଟାଇମ୍‌ ଟେବୁଲ୍‌ appeared first on Odisha Reporter.



from Odisha Reporter https://ift.tt/37reCC3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages