ଆଜି ରାଜ୍ୟ ବଜେଟ୍; ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ବଢ଼ିଛି ବଜେଟ୍ ପରିମାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 21, 2021

ଆଜି ରାଜ୍ୟ ବଜେଟ୍; ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ବଢ଼ିଛି ବଜେଟ୍ ପରିମାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଆସିବ ରାଜ୍ୟ ବଜେଟ୍ । ବିଧାନସଭାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପର୍ ଲେସ୍ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା ଏବର୍ଷ ୧୩ ପ୍ରତିଶତ ବଜେଟ୍ ପରିମାଣ ବଢିଥିବା ବେଳେ, କୋଭିଡ୍ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ ଖର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟ ଅର୍ଥନୀତିର ବିକଳ ଚିତ୍ର ସାମ୍ନାକୁ ଆସିବା ପରେ, ଏହାକୁ ସରକାର କେମିତି ଟ୍ରାକ୍‌କୁ ଆଣିବେ, କେଉଁ ପଦକ୍ଷେପ ନେବେ, କେଉଁ କ୍ଷେତ୍ରକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବେ, କିଛି ପ୍ୟାକେଜ୍ ଘୋଷଣା କରିବେ କି ନାହିଁ, ସେନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଏପଟେ ମୁଣ୍ଡପିଛା ଆୟ କମିଥିବା ବେଳେ, ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତା ବଢାଇଛି । ତେଣୁ ମହାମାରୀ କରୋନା ପରେ ଆସୁଥିବା ଏହି ବଜେଟ୍‌ ଉପରେ ବିଭିନ୍ନ ବର୍ଗର ଲୋକ ଆଶା ରଖିଛନ୍ତି ।

ଅପରପକ୍ଷେ,   ରାଜ୍ୟରେ ଏବେ ପେଟ୍ରୋଲ ଓ ଡିଜେଲ୍ ଦର ଶହେ ମୁହାଁ ହୋଇଥିବା ବେଳେ ତାକୁ ନିୟନ୍ତ୍ରଣ କରିବାକୁ କି ପଦକ୍ଷେପ ନିଆଯାଉଛି, ତାହା ଆଜି ସ୍ପଷ୍ଟ ହୋଇଯିବ। ରାଜ୍ୟ ସରକାର କରୋନା ପରବର୍ତ୍ତୀ ବଜେଟ୍‌ରେ କେଉଁ ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି ଏବଂ କେଉଁ କ୍ଷେତ୍ରରେ କିଭଳି ବ୍ୟୟବରାଦ କରୁଛନ୍ତି, ତା ଉପରେ ବି ନଜର ରଖିଛନ୍ତି ସାଧାରଣ ଲୋକେ।

The post ଆଜି ରାଜ୍ୟ ବଜେଟ୍; ଗତ ବର୍ଷ ତୁଳନାରେ ୧୩ ପ୍ରତିଶତ ବଢ଼ିଛି ବଜେଟ୍ ପରିମାଣ appeared first on Odisha Reporter.



from Odisha Reporter https://ift.tt/3aGd6hB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages