ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ବଢ଼ିବାରେ ଲାଗିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ସ୍ଥିତି ଏପରି ହୋଇଛି ଯେ କିଛି ସହରରେ ପେଟ୍ରୋଲର ଲିଟର ପିଛା ଦର ୧୦୦ ଟଙ୍କା ମଧ୍ୟ ପାର୍ କରିଗଲାଣି। ଦରବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ କମ୍ ଥିଲେ ହେଁ ଭାରତରେ କାହିଁକି ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି, ତା’ର ଉତ୍ତର ମଧ୍ୟ ଶ୍ରୀ ପ୍ରଧାନ ଦେଇଛନ୍ତି। ସେ କହିଛନ୍ତି, ତୈଳ ଉତ୍ପାଦନ ହ୍ରାସ ପାଇବା ଓ ତୈଳ ଗଚ୍ଛିତ କରି ରଖିଥିବା ଦେଶଗୁଡ଼ିକର ମୁନାଫାଖୋର ମନୋଭାବ ହିଁ ତୈଳଦର ବୃଦ୍ଧି ପାଇବାର ମୁଖ୍ୟ କାରଣ। ତୈଳଦର ବୃଦ୍ଧି ହେବା ପଛରେ ଦୁଇଟି କାରଣ ରହିଛି। ଅନ୍ତର୍ଜାତୀୟ ମାର୍କେଟରେ ତୈଳ ଉତ୍ପାଦନ ଆଶାତୀତ ଭାବେ ହ୍ରାସ ପାଇଛି।
ତୈଳ ଉତ୍ପାଦନ କରୁଥିବା ଦେଶ ଗୁଡ଼ିକ ଅଧିକ ଲାଭ ପାଇବା ପାଇଁ କମ୍ ପରିମାଣର ତେଲ ବଜାରକୁ ଛାଡ଼ୁଛନ୍ତି। ଏହି କାରଣରୁ ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭର କରୁଥିବା ଦେଶଗୁଡ଼ିକ ଦର ବୃଦ୍ଧି ସମସ୍ୟାରେ ପଡ଼ୁଛନ୍ତି। ଆମେ ନିୟମିତ ଭାବେ ପେଟ୍ରୋଲିୟମ ରପ୍ତାନୀକାରି ଦେଶକୁ ନେଇ ଗଠିତ ସଂଗଠନକୁ ଏପରି ନ କରିବାକୁ କହୁଛୁ। ଆମର ଆଶା ଖୁବଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଟିକସ୍ ପ୍ରସଙ୍ଗରେ ମଧ୍ୟ ସେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ମହାମାରୀ କରୋନା ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ। ଏହି କାରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ଆଦାୟ କରିଛନ୍ତି। ଏହି ବିକାଶମୂଳକ କାର୍ଯ୍ୟକ୍ରମ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ। ବିକାଶମୂଳକ କାର୍ଯ୍ୟକ୍ରମରେ ପୁଞ୍ଜି ନିବେଶ କରାଗଲେ ଅଧିକରୁ ଅଧିକ ଲୋକ ଚାକିରି ପାଇପାରିବେ। ସରକାର ମଧ୍ୟ ଅଧିକ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବଜେଟ୍ରେ ଏହାର ବ୍ୟବସ୍ଥା ମଧ୍ୟ ହୋଇଥିବା ସେ କହିଛନ୍ତି।
The post ଧର୍ମେନ୍ଦ୍ର ପ୍ରଧାନ କହିଲେ କ’ଣ ପାଇଁ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର appeared first on Odisha Reporter.
from Odisha Reporter https://ift.tt/2NL6WDV
No comments:
Post a Comment