ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ମୁଣ୍ଡ ବିହୀନ ଶବକୁ ନେଇ ଚାଞ୍ଚଲ୍ୟ। ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିନି। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଭୁବନେଶ୍ୱର ଡିସିପି, ଫୋରେନସିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ମୃତଦେହ ପାଖରୁ ଛୁରୀ, ଗ୍ଲୋବସ୍ ମିଳିଛି ।
ତଦନ୍ତ ଲାଗି ଏ ସବୁକୁ ଫୋରେନସିକ୍ ଟିମ୍ ସଂଗ୍ରହ କରିଛି ଏହାଛଡ଼ା ମଦ ବୋତଲ ମିଳିଥିବାରୁ ଦୁର୍ବୃତ୍ତ ମଦ ପଇବା ପରେ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି ମହିଳାଙ୍କୁ ହତ୍ୟା କରାଯାଇଛି।
ଯେଉଁ ଏରିଆରେ ମୃତଦହେହ ପଡ଼ିଛି ତାହା ବୁଦା ଅଞ୍ଚଳ ହୋଇଥିବାରୁ ତାକୁ କର୍ଡ଼ନ କରି ରଖାଯାଇଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସାରିଛି। ଡଗ୍ ସ୍କ୍ୱାର୍ଡ଼ ମଧ୍ୟ ଆସୁଛନ୍ତି। ବିଭିନ୍ନ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଉଛି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ତେବେ ଘଟଣାର ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।
The post ରାଜଧାନୀରେ ମହିଳାଙ୍କୁ ବୀଭତ୍ସ ହତ୍ୟା ! ଶବ ପଡ଼ିଛି, ମୁଣ୍ଡ ଗାଏବ appeared first on Odisha Reporter.
from Odisha Reporter https://ift.tt/3ayUfnm
No comments:
Post a Comment