କୃଷି ଆଇନକୁ ଆମେରିକାର ସମର୍ଥନ, କିନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

କୃଷି ଆଇନକୁ ଆମେରିକାର ସମର୍ଥନ, କିନ୍ତୁ…

ୱାଶିଂଟନ: ଗୋଟିଏ ପଟେ କେନ୍ଦ୍ର ନୂଆ କୃଷି ଆଇନକୁ ନେଇ ଦୀର୍ଘ ୭୨ ଦିନ ହେବ ବିଭିନ୍ନ କୃଷକ ସଙ୍ଗଠନ ଆନ୍ଦୋଳନ ଜାରି ରଖିଥିବା ବେଳେ ଅନ୍ୟପଟେ ଏହାକୁ ସମର୍ଥନ ଜଣାଇଛି ଆମେରିକା। ନୂତନ କୃଷି ଆଇନ ଦ୍ୱାରା ବଜାରର ଦକ୍ଷତା ବଢିବ।  ଅଧିକ ସଂଖ୍ୟାରେ ଘରୋଇ କଂପାନୀ ପୁଞ୍ଜିନିବେଶ ପାଇଁ ଆଗ୍ରହୀ ହେବେ ବୋଲି ୟୁଏସ ଷ୍ଟେଟ୍ ଡିପାର୍ଟମେଣ୍ଟ ପକ୍ଷରୁ କୁହାଯାଇଛି । ଏଥିସହ ଶାନ୍ତିପୂର୍ଣ୍ଣ ବିରୋଧ ଗଣତନ୍ତ୍ରର ଚିହ୍ନ । ଆଲୋଚନା ମାଧ୍ୟମରେ ବିଭିନ୍ନ ପକ୍ଷ ମଧ୍ୟରେ ଦେଖାଦେଇଥିବା ବିବାଦର ସମାଧାନ କରିବା ପାଇଁ ପ୍ରସ୍ତାବ ଦେଇଛି ଆମେରିକା। ଏଥିସହ ସୀମାରେ ଇଣ୍ଟରନେଟ ସେବା ପୁଣି ଥରେ ଚାଲୁ କରିବାକୁ କହିଛି।

ଜୋ ବାଇଡେନ ପ୍ରଶାସନର ଏହି ବିବୃତ୍ତି ଗୁରୁତ୍ୱପୂର୍ଣ୍ଣ, କାରଣ ନିକଟରେ ଆନ୍ତର୍ଜାତୀୟ ସେଲିବ୍ରିଟି ପପ୍ ଗାୟକ ରିହାନା ଏବଂ ସ୍ୱିଡେନର ପରିବେଶବିତ୍ ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଥିଲେ । ଯାହାକୁ ନେଇ ସୋଶାଲ ମିଡିଆ ଦୁଇ ଭାଗ ହୋଇଯାଇଛି।  ଏଭଳି ସମୟରେ ବାଇଡେନ ପ୍ରଶାସନଙ୍କ ଏହି ବିବୃତ୍ତି ଏମାନଙ୍କ ପାଇଁ ବଡ ଜବାବ ବୋଲି କୁହାଯାଉଛି।

ସେପଟେ ବୁଧବାର ଆନ୍ତର୍ଜାତିୟ ବୈଦେଶିକ ମନ୍ତ୍ରାଳୟ କୃଷି ଆନ୍ଦୋଳନକୁ ନେଇ ମଧ୍ୟ ଆପତ୍ତି ଉଠାଇଛି। ସେ କହିଛି, ଉଦ୍ଦେଶ୍ୟମୂଳକ ଭାବେ ବିଦେଶୀ ସେଲିବ୍ରିଟିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ କୁହାଯାଉଛି । ଏପରି କରି ସୋସିଆଲ ମିଡିଆରେ ହେଟ୍ ସ୍ପିଚ୍ ସୃଷ୍ଟି କରାଯାଉଛି । ହାସଟ୍ୟାଗ୍ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଅନେକ ମିଛ ଓ ଅମୂଳକ ଅଭିଯୋଗ ହେଉଛି ।

ସୂଚନା ଯୋଗ୍ୟ ଯେ, ସେପଟେ ତିନିଟି କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ନଭେମ୍ବର ୨୬ରୁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଜାରି ରହିଛି।  ଜାନୁଆରୀ ୨୬ରେ ଏହି ବିକ୍ଷୋଭ ହିଂସାର ରୂପ ନେଇଥିଲା  ବିକ୍ଷୋଭକାରୀ ମାନେ ଦିଲ୍ଲୀର ବିଭିନ୍ନସ୍ଥାନରେ ବ୍ୟାପକ ହିଂସାକାଣ୍ଡ ଭିଆଇଥିଲେ। ଏହାପର ଠାରୁ ଦିଲ୍ଲୀ ବିଭିନ୍ନ ସୀମାରେ ଆନ୍ଦୋଳନ ଆହୁରି ଉଗ୍ର ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି।

The post କୃଷି ଆଇନକୁ ଆମେରିକାର ସମର୍ଥନ, କିନ୍ତୁ… appeared first on Odisha Reporter.



from Odisha Reporter https://ift.tt/3avO0ke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages