ପ୍ୟାଙ୍ଗଙ୍ଗ ଅଞ୍ଚଳ ଖାଲି କଲା ଚୀନ, ଆଜି ପୁଣି ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ପ୍ୟାଙ୍ଗଙ୍ଗ ଅଞ୍ଚଳ ଖାଲି କଲା ଚୀନ, ଆଜି ପୁଣି ଆଲୋଚନା

ନୂଆଦିଲ୍ଲୀ: ପୂର୍ବଲଦାଖ ଅଞ୍ଚଳରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ମୁହାଁମୁହିଁ ପରିସ୍ଥିତିର ଖୋଲିବ କି ରାସ୍ତା ? ଏନେଇ ଆଜି ଉଭୟ ଦେଶ ମଧ୍ୟରେ ଦଶମ ପର୍ଯ୍ୟାୟ  କମାଣ୍ଡରସ୍ତରୀୟ ଆଲୋଚନା ହେବ।  LACର ଚୀନ ପଟେ ଥିବା ମୋଲଡୋରେ ଏହି ଆଲୋଚନା ହେବ।  ୯ମାସରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ପ୍ରଥମ ଥର ପାଇଁ  ଭାରତ ଓ ଚୀନ ପକ୍ଷରୁ ଉକ୍ତ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ହୋଇଛି। ପ୍ୟାଙ୍ଗଙ୍ଗର ଉତ୍ତର ଓ  ଦକ୍ଷିଣ ଅଂଚଳରୁ ପର୍ଯ୍ୟାୟ କ୍ରମେ ସୈନ୍ୟ ପ୍ରତ୍ୟାହାର ହେଉଥିବାରୁ ଆଜିର ବୈଠକ ଅନେକ ଗୁରୁତ୍ୱ ରଖୁଛି।

ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ୟାଙ୍ଗଙ୍ଗ ଅଂଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ସହମତି  ପ୍ରକାଶ କରିଥିଲେ।  ତଦନୁଯାୟୀ ଫେବୃୟାରୀ ୧୦ରୁ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି । ପୂର୍ବ ଲଦାଖ୍‌ ସ୍ଥିତ ପ୍ୟାଙ୍ଗଙ୍ଗ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ପାଶ୍ୱର୍କୁ ଚୀନ୍‌ ସୈନିକ ଖାଲି କରିଦେଇଛନ୍ତି। ସମସ୍ତ ଚୀନ୍‌ ସୈନିକ ସେଠାରୁ ଫେରିଥିବା ବେଳେ ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ହଟାଇ ଦିଆଯାଇଛି । ଚୀନ୍‌ ସୈନିକଙ୍କ ସ୍ଥାୟୀ ଶିବିରଗୁଡ଼ିକୁ ମଧ୍ୟ ରାତାରାତି ନଷ୍ଟ କରିଦିଆ ଯାଇଥିବାରୁ ଏକ ବହୁତ ବଡ଼ ବିବାଦର ସାମୟିକ ପରିସମାପ୍ତି ଘଟିଛି । ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ରୁ ଆରମ୍ଭ ହୋଇଯାଇଛି । ସହମତି ଅନୁସାରେ ଏହି ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଁଚିଛି ।

ପୂର୍ବରୁ LACରେ ସୀମା ବିବାଦର ସମାଧାନ ପାଇଁ ଭାରତ ଓ ଚୀନ ମଧ୍ୟରେ ୯ଥର ବୈଠକ ହୋଇସାରିଛି।  ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାରର ୪୮ ଘଣ୍ଟା ମଧ୍ୟରେ ଆଲୋଚନା ପାଇଁ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା।

ସେପଟେ ଗତକାଲି ପ୍ରଥମଥର ପାଇଁ ଚୀନ ପକ୍ଷରୁ ଗତବର୍ଷ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷର ଭିଡିଓ ଜାରି କରାଯାଇଥିଲା।  ଏଥିସହ ଗଲୱାନ ଘାଟିରେ ୪ ଜଣ ଚୀନ ସୈନ୍ୟଙ୍କ ମୃତ୍ୟୁ ହେଇଥିବା କଥା ମଧ୍ୟ ଜୀନ ସ୍ୱୀକାର କରିଛି।

The post ପ୍ୟାଙ୍ଗଙ୍ଗ ଅଞ୍ଚଳ ଖାଲି କଲା ଚୀନ, ଆଜି ପୁଣି ଆଲୋଚନା appeared first on Odisha Reporter.



from Odisha Reporter https://ift.tt/2Zy5qrg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages