ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ସହରରେ ପୁଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ସେକ୍ସ ରାକେଟ। ଏହାର କିଙ୍କପିନ୍ ଜଣେ ପୂର୍ବତନ ହୋମଗାର୍ଡ ଥିବା ଅଭିଯୋଗ ହେଉଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନା ପୁଲିସ ଚଢ଼ଉ କରି ୪ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ୨ ପୁରୁଷଙ୍କୁ ଗିରଫ କରିଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଡଗମୁଣ୍ଡ ସ୍ଥିତ ଭଡ଼ା ଘରେ ୧୫ ଦିନ ହେଲା କିଛି ମହିଳା ରହୁଥିଲେ। ସେଠାକୁ ଅନେକ ସମୟରେ ପୁରୁଷମାନେ ଯିବାଆସିବା କରୁଥିବା ଦେଖିବାକୁ ମିଳୁଥିଲା।
ସ୍ଥାନୀୟ ଲୋକେ ଏହି ମହିଳା ଓ ପୁରୁଷଙ୍କ କାର୍ଯ୍ୟକଳାପକୁ ସନ୍ଦେହ କରି ଟାଉନ ଥାନା ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଚଢ଼ଉ କରି ଘରୁ କିଙ୍କପିନ୍ଙ୍କ ସମେତ ୪ ମହିଳାଙ୍କୁ ଉଦ୍ଧାର କରିଥିବା ବେଳେ ୨ ଜଣ ଗ୍ରହକଙ୍କୁ ଗିରଫ କରିଛି। ଉଦ୍ଧାର ହୋଇଥିବା ମହିଳାଙ୍କ ଭିତରେ ଜଣେ ହେଉଛନ୍ତି ପୂର୍ବତନ ହୋମ ଗାର୍ଡ। ସେ ଚାକିରି ଛାଡ଼ି ଏହି କାମରେ ନିୟୋଜିତ ଥିବା ଅଭିଯୋଗ ହେଉଛି।
The post ପୁଲିସ ମୁଖ୍ୟାଳୟର ଅନତି ଦୂରରେ ଚାଲିଥିଲା ଦେହବେପାର appeared first on Odisha Reporter.
from Odisha Reporter https://ift.tt/3dB447g
No comments:
Post a Comment