ବିବାଦୀୟ ସ୍ଥାନରୁ ସୈନ୍ୟ ହଟାଇବାକୁ ଚାପ ପକାଇଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 20, 2021

ବିବାଦୀୟ ସ୍ଥାନରୁ ସୈନ୍ୟ ହଟାଇବାକୁ ଚାପ ପକାଇଲା ଭାରତ

ନୂଆଦିଲ୍ଲୀ: ଏଲଏସିରେ ଲାଗି ରହିଥିବା ବିବାଦକୁ ନେଇ ଦୀର୍ଘ ୧୬ ଘଣ୍ଟା ପରେ ଭାରତ ଏବଂ ଚୀନ ମଧ୍ୟରେ ଶେଷ ହୋଇଛି ଆଲୋଚନା। ଉଭୟ ଦେଶ ମଧ୍ୟରେ ଦଶମ ପର୍ଯ୍ୟାୟ କାର କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି। ଏଲଏସିର ବିବାଦୀୟ ସ୍ଥାନ ଗୋଗେରା ହାଇଟ୍ସ, ହଟ୍ ସ୍ପ୍ରିଙ୍ଗ ଏବଂ ଡେପସାଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଭାରତ ଚୀନ ଉପରେ ଚାପ ପକାଇଛି।

ଶନିବାର ସକାଳ ୧୦ଟାରେ ଚୀନର ମାଲଡୋରେ ଏହି ବୈଠକ ଆରମ୍ଭ ହୋଇଥିଲା। ଏହି ଆଲୋଚନାରେ ଭାରତୀୟ ପ୍ରତିନିଧିମଳଣ୍ଡର ନେତୃତ୍ୱ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍। ଅନ୍ୟପଟେ ଚୀନ ପକ୍ଷରୁ ମେଜର ଜେନରାଲ ଲିଉ ଲିନ ନେତୃତ୍ୱ ନେଇଥିଲେ।

ବୈଠକରେ ଭାରତ ଓ ଚୀନ ପ୍ୟାଙ୍ଗଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ ପ୍ରାନ୍ତରୁ ସୈନ୍ୟ ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଉପକରଣ ହଟାଇବା ଅଭିଯାନ ଜୋରରେ ଚଳାଇଥିବା କହିଛନ୍ତି । ବୁଝାମଣା ପରେ ଦୁଇ ପକ୍ଷ ଉକ୍ତ ସ୍ଥାନରୁ ପ୍ରତିରକ୍ଷା ସାମଗ୍ରୀ ହଟାଇବା ସହିତ ନିର୍ମାଣ ହୋଇଥିବା ବଙ୍କର୍‌କୁ ମଧ୍ୟ ହଟାଇ ଦେଇଥିବା ଏଥିରେ ଆଲୋଚନା ହୋଇଛି ।

ସୂଚନା ଯୋଗ୍ୟ ଯେ, ଗତ ୯ ମାସରୁ ଅଧିକ ସମୟ ଧରି ପୂର୍ବ ଲଦାଖରେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ପ୍ରଥମ ଥର ପାଇଁ  ଭାରତ ଓ ଚୀନ ପକ୍ଷରୁ ସେ ଅଞ୍ଚଳରୁ ପ୍ରଥମ ପର୍ଯ୍ୟାୟ ସୈନ୍ୟ ପ୍ରତ୍ୟାହାର ହୋଇସାରିଛି। ପ୍ୟାଙ୍ଗଙ୍ଗର ଉତ୍ତର ଓ  ଦକ୍ଷିଣ ତଟରୁ ପର୍ଯ୍ୟାୟ କ୍ରମେ ସୈନ୍ୟ ପ୍ରତ୍ୟାହାର ହେଉଛି।

ନବମ ପର୍ଯ୍ୟାୟ ଆଲୋଚନା ବେଳେ ପ୍ୟାଙ୍ଗଙ୍ଗ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଉଭୟ ଦେଶ ସହମତି  ପ୍ରକାଶ କରିଥିଲେ  ନିଷ୍ପତ୍ତି ଅନୁଯାୟୀ ଫେବୃୟାରୀ ୧୦ରୁ ଉଭୟ ଦେଶ ସୈନ୍ୟ ପ୍ରତ୍ୟାହାର କରୁଛନ୍ତି।

ସେପଟେ ଶୁକ୍ରବାର ପ୍ରଥମଥର ପାଇଁ ଚୀନ ପକ୍ଷରୁ ଗତବର୍ଷ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷର ଭିଡିଓ ଜାରି କରାଯାଇଥିଲା।  ଏଥିସହ ଉକ୍ତ ସଂଘର୍ଷରେ ୪ ଜଣ ଯବାନକୁ ହରାଇଥିବା ଚୀନ ସ୍ୱୀକାର କରିଥିଲା।

The post ବିବାଦୀୟ ସ୍ଥାନରୁ ସୈନ୍ୟ ହଟାଇବାକୁ ଚାପ ପକାଇଲା ଭାରତ appeared first on Odisha Reporter.



from Odisha Reporter https://ift.tt/37B0NBf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages