ଲାଗୁ ହେଲା ଫାସଟ୍ୟାଗ୍‌, ଗଣିଲେ ଦୁଇଗୁଣା ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

ଲାଗୁ ହେଲା ଫାସଟ୍ୟାଗ୍‌, ଗଣିଲେ ଦୁଇଗୁଣା ଫାଇନ୍‌

ନୂଆଦିଲ୍ଲୀ: ଆଜିଠୁ ଫାସଟ୍ୟାଗ ବାଧ୍ୟତାମୂଳକ।  ଆଜି ମଧ୍ୟରାତ୍ରୀରୁ ସମସ୍ତ ଟୋଲଗେଟ୍‌ରେ ଲାଗୁ ହୋଇଛି ଏହି ନୂଆ ନିୟମ। ତେବେ ନିୟମ ଲାଗୁହେବା ପରେ ପ୍ରଥମ ଦିନରୁ ହିଁ ଅନେକ ସ୍ଥାନରେ ଗାଡି ଚାଳକ ଫାଇନ ଦେଇଛନ୍ତି। ଫାସଟ୍ୟାଗ୍‌ ନ ଲଗାଇଥିବା ଗାଡି ଚାଳକମାନେ ଦୁଇଗୁଣା ଟୋଲ ଫି ଦେଇଛନ୍ତି। ୧୨ ଘଣ୍ଟା ମଧ୍ୟରେ ୩୧୨ଟି ଗାଡିରୁ ଫାଇନ ଆଦାୟ କରାଯାଇସାରିଲାଣି।

ଉତ୍ତର ପ୍ରଦେଶ ଗୋରଖପୁର ଏବଂ ମଧ୍ୟପ୍ରଦେଶର ଇନ୍ଦୋର ଟୋଲ୍ ପ୍ଲାଜାରେ ଫାସଟ୍ୟାଗ ନ ଲଗାଇଥିବା ଗାଡ଼ି ଚାଳକଙ୍କ ଠାରୁ ଦୁଇଗୁଣା ଟୋଲ୍ ଆଦାୟ କରାଯାଇଛି। ଟୋଲ ଆଦାୟରେ ସ୍ୱଚ୍ଛତା, ଅଯଥା ଟ୍ରାଫିକ୍ ଭିଡ଼ରୁ ମୁକ୍ତି, ଇନ୍ଧନ ନଷ୍ଟକୁ ରୋକିବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏଥିରୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା ଲାଗୁ କରିଛନ୍ତି।

ଓଡ଼ିଶାରେ ମଧ୍ୟ ଟୋଲଗେଟ୍‌ରେ ଫାସଟ୍ୟାଗ୍ ବ୍ୟବସ୍ଥା ଲାଗୁ କରାଯାଇଛି। ପିପିଲି ଟୋଲ ପ୍ଲାଜାରେ ୮ ଟି ଲାଇନ ନିର୍ମାଣ କରାଯାଇଛି।  ୪ଟି ପୁରୀକୁ ପ୍ରବେଶ ପାଇଁ  ଅନ୍ୟ ୪ଟି ଫେରୁଥିବା ଚାଳକଙ୍କ ପାଇଁ ହୋଇଛି । ଫାସଟ୍ୟାଗ୍ ନିୟମରେ M ଶେଣ୍ରୀରେ ଯାତ୍ରୀବାହୀ ଗାଡ଼ି ଏବଂ N ଶ୍ରେଣୀରେ ମାଲ ପରିବହନ ଗାଡ଼ିକୁ ବିଭକ୍ତ କରାଯାଇଛି।

ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର। ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା ।

The post ଲାଗୁ ହେଲା ଫାସଟ୍ୟାଗ୍‌, ଗଣିଲେ ଦୁଇଗୁଣା ଫାଇନ୍‌ appeared first on Odisha Reporter.



from Odisha Reporter https://ift.tt/3anUBhR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages