ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ଚିଠା ପ୍ରସ୍ତାବର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇଛି। ଗତକାଲି ବସିଥିବା ଗୁରୁତ୍ୱପୂର୍ଣ୍ଣ ପରିଚାଳନା କମିଟି ବୈଠକରେ ଚିଠା ପ୍ରସ୍ତାବ ଉପରେ ମୋହର ବାଜିଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ନକ୍ସାକୁ ଅନୁମୋଦନ ମିଳିଛି ।
୭୫ ମିଟର ଐତିହ୍ୟ କରିଡର ମଧ୍ୟରୁ ୫୫ମିଟର ପରିସରରେ ସମସ୍ତ ଯାନବାହାନକୁ ନିଷେଧ କରାଯିବ । ୫୫ ମିଟର ପରେ ସୁନ୍ଦର ରାସ୍ତା ନିର୍ମାଣ କରାଯାଇ ବ୍ୟାଟେରୀ ଗାଡି ନିଃଶୁକ୍ଳ ଭାବେ ଭକ୍ତଙ୍କ ପାଇଁ ପ୍ରଚଳନ କରାଯିବ । ସେହିପରି ୬ହଜାର ଭକ୍ତଙ୍କ ପାଇଁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷରେ ରହିବ ସମସ୍ତ ମୌଳିକ ସୁବିଧା । ଏହାଛଡା ପ୍ରାୟ ୪ ହଜାର ପରିବାରବର୍ଗଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ସହ ବ୍ୟାଗେଜ ସ୍କାନିଂ ବ୍ୟବସ୍ଥା ରହିବ ।
ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଶୌଚାଳୟ, ଏଟିଏମ୍ ବ୍ୟବସ୍ଥା, ହେଲ୍ପ ଡେସ୍କ, ଆରକ୍ଷୀ ସେବା କେନ୍ଦ୍ର, ଭଜନ ଓ ସଂସ୍କୃତି ମଣ୍ତପ ଇତ୍ୟାଦି ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ମଠମନ୍ଦିରଗୁଡିକର ପୁନଃ ବିକାଶ ପାଇଁ ବି କଳିଙ୍ଗ ର୍କିତ୍ତୀରାଜି ଢାଞ୍ଚାରେ ନିର୍ମାଣ କାର୍ଯ୍ୟ କରାଯିବ । ପ୍ରାଥମିକ ଭାବେ ସିଂହଦ୍ୱାରର ଉଭୟ ପାର୍ଶ୍ୱରେ ବଡଛତା ମଠ ଓ ଛାଉଣୀ ମଠକୁ ପଥରରେ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ଚଳିତ ମାସ ୨୮ ତାରିଖ ସୁଦ୍ଧା ପ୍ରକଳ୍ପର ଅନୁମତି ପାଇଁ ରାଜ୍ୟ ସରକାର ଓ ଜାତୀୟ ସ୍ମାରକୀ ପ୍ରାଧିକରଣ ଓ ପୁରୀ କୋଣାର୍କ ଉନ୍ନୟନ ସଂସ୍ଥାକୁ ଅବଗତ କରାଯିବ । ଏହାପରେ ଜୁନ୍ ପହିଲାରୁ ପ୍ରକଳ୍ପ କାମ ଆରମ୍ଭ କରାଯିବ ।
The post ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନକ୍ସାକୁ ଗ୍ରୀନ ସିଗନାଲ୍ appeared first on Odisha Reporter.
from Odisha Reporter https://ift.tt/3ddKT3n
No comments:
Post a Comment